ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଢ଼ୁଛି ଶୀତ। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ପାରଦ ହ୍ରାସ ପାଇଛି। ଓଡ଼ିଶାର କଶ୍ମୀର ଦାରିଙ୍ଗିବାଡ଼ିରେ ପାରଦ ୭ ଡିଗ୍ରି ସେଲସିୟସ୍‌ ଖସିଥିବା ବେଳେ ଭୁବନେଶ୍ୱରରେ ପାରଦ ୪ ଡିଗ୍ରୀ ସେଲସିୟସ ଖସିଥିବା ରେକର୍ଡ କରାଯାଇଛି। ଗତ ରାତିରେ ରାଜଧାନୀର ତାପମାତ୍ରା ୧୨.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି।

ଅନ୍ୟପଟେ ଫୁଲବାଣୀ ଓ ସୋନପୁର ତାପମାତ୍ରା ୮ ଡିଗ୍ରୀ ଖସିଆସିଛି। ଅନୁଗୁଳରେ ପାରଦ ୮.୬ ଡିଗ୍ରୀ ଖସିଥିବା ବେଳେ ଟିଟିଲାଗଡ଼ରେ ରାତିର ତାପମାତ୍ରା ୯.୫ ଡିଗ୍ରୀକୁ ଖସିଆସିଛି।

ଏହାସହ ୧୮ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ବୁଲେଟିନ୍‌ ଅନୁଯାୟୀ, ରାଜ୍ୟରେ ଶୀତର ଲହରି ଆଉ ପାଞ୍ଚ ଦିନ ଯାଏଁ ଜାରି ରହିବ। ୭ ତାରିଖ ବେଳକୁ ଦକ୍ଷିଣ ଉପକୂଳ ଓଡ଼ିଶା ମାଲକାନଗିରି, କୋରାପୁଟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି, ନଚେତ୍‌ ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିବ।

Comment