ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଢ଼ିବ ଥଣ୍ଡାର ପରିମାଣ। ଆସନ୍ତା ୧୨ ତାରିଖ ପରେ ରାତିରେ ପାରଦ ଖସିବା ସହ ଶୀତ ବଢ଼ିବ। ରାଜ୍ୟରେ ପାରଦ ୨ରୁ ୩ ଡିଗ୍ରୀ ଖସିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏଥିଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ବିବରଣୀ ଜାରି କରାଯାଇଛି।

କିଛିଦିନ ହେବ ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି। ବିଶେଷ କରି କୋରାପୁଟ ଓ କନ୍ଧମାଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ପାଣିପାଗ ବିଭାଗ ନଭେମ୍ବର ୧୪ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଷ୍କ ରହିବା ନେଇ ସୂଚନା ମିଳିଛି।

ଗତକାଲି ରାତିରେ ସିମିଲିଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ଥିଲା  କୋରାପୁଟ ଜିଲ୍ଲା ସିମିଲିଗୁଡ଼ାରେ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ୧୩.୪ ଡିଗ୍ରୀ, କୋରାପୁଟରେ ୧୪ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଗତକାଲି ରାଜଧାନୀ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ୨୧.୯ ଡିଗ୍ରୀ ରହିଥିଲା ।

ଆଜି ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା

Tags: #OdishaWinter #Temperature #ColdWave #MetrologicalDept

Comment