ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ରାଜ୍ୟରେ ପ୍ରବଳ ଥଣ୍ଡା ଜାରି ରହିଛି। ପାଖାପାଖି ୧୬ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। କିଛିଟା ସ୍ଥାନରେ ତୁଷାରପାତ ମଧ୍ୟ ହୋଇଛି। ଆହୁରି ୨ ଦିନ ଏଭଳି ସ୍ଥିତି ଲାଗି ରହିବ। ଜାନୁଆରି ପହିଲାରୁ ଉତ୍ତର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଜାନୁଆରି ୧ ଓ ୨ରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ।

ଉତ୍ତର ଓଡ଼ିଶାର କେତେକ ସ୍ଥାନ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୩ ତାରିଖ ପରଠାରୁ ଥଣ୍ଡାର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment