ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନ ବ୍ୟବଧାନ ପରେ ପୁଣି ଫେରିଛି ଶୀତ ଗାଁଠୁ ସହର ଥରୁଛି ସାରା ରାଜ୍ୟ ସନ୍ଧ୍ୟା ସକାଳ ସମୟରେ ଶୀତ ବଢ଼ୁଛି। ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ଭୋରରୁ ନିଆଁ ପୁଆଁଉଥିବାର ଦେଖିବାକୁ ମିଳିଥିବା ବେଳେ ଆଉ ଅନେକ ଲୋକ ଶୀତୁଆ ସକାଳରେ ସ୍ୱାସ୍ଥ୍ୟକୁ ସତେଜ ସୁନ୍ଦର ରଖିବା ମର୍ଣ୍ଣିଂ ୱାର୍କ ବ୍ୟାୟାମ କରିବାରେ ଲାଗିଛନ୍ତି

ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଉଛି ଦୃଶ୍ୟମାନ ଦୂରତା କମିବା ସହ ପ୍ରଭାବିତ ହେଉଛି ଯାତାୟତ ଅନୁଗୁଳ, ଫୁଲବାଣୀ ଭବାନୀପାଟଣାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି ଯାତାୟତ ସମୟରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର

ଶୁକ୍ରବାର ଉତ୍ତର ଉପକୂଳ ଓଡ଼ିଶା ସମେତ ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ସେହିପରି ଶନିବାର ମଧ୍ୟ ଅନେକ ଜିଲ୍ଲାରେ କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

୫ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ଏହା ପ୍ରଭାବରେ ବର୍ତ୍ତମାନ ତୁଳନାରେ ଶୀତର ପ୍ରକୋପ ହ୍ରାସ ପାଇବ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ଫପୂର୍ଣ୍ଣ ବାୟୁର ପ୍ରବେଶ ହେତୁ ତାପମାତ୍ରା ବଢ଼଼ିବ ଅନ୍ୟପଟେ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ

Tags: #DenseFog #Winter #WeatherUpdate #MeteorologicalDepartment #Odisha

Comment