ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକ ସରକାରୀ ନଳକୂପର ହ୍ୟାଣ୍ଡେଲ ଚଲାଇଲେ ପାଣି ଜାଗାରେ ବାହାରୁଛି ରକ୍ତ, ହାଡ଼ ଓ ମାଂସ। ଯାହାକୁ ନେଇ ବର୍ତ୍ତମାନ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହମରିପୁର ଜିଲ୍ଲାରେ। ବର୍ତ୍ତମାନ ଗ୍ରାମବାସୀ ଭୟରେ ଲୋକ ନଳକୂପ ପାଖ ମଧ୍ୟ ମାଡୁ ନାହାନ୍ତି।

ହମିରପୁର ଜାଖେଡି ଗାଁରେ ୧୦୦ ଘର ରହିଛି। ଗାଁ ଲୋକ ପାଣି ପାଇଁ ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି। ହେଲେ ଦୀପାବଳୀ ପରଠାରୁ ଏହି ନଳକୂପରୁ ପାଣି ନବାହାରି ରକ୍ତ, ହାଡ଼ ଓ ମାଂସ ଖଣ୍ଡ ବାହାରୁଛି। ଏହାର ଦୁର୍ଗନ୍ଧରେ ମଧ୍ୟ ଲୋକ ମାନେ ଅତିଷ୍ଠ ହୋଇପଡ଼ିଲେଣି।

ଏହି ଘଟଣା ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କେହି ଏହାକୁ ଭୂତର ଛାୟା ବୋଲି କହୁଥିବା ବେଳେ କେହି ଅଭିଶପ୍ତ ନଳକୂପ ବୋଲି କହୁଛନ୍ତି। ଏହାକୁ ନେଇ ଗ୍ରାମବାସୀ ପ୍ରଶାସନକୁ ଜଣାଇଥିଲେ। ପରେ ହମିରପୁର ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Comment