ଓଡ଼ିଶାଲାଇଭ୍ବ୍ୟୁରୋ

ପ୍ରତି ୪ ଜଣଙ୍କରେ ୩ ଜଣ ମହିଳାଙ୍କୁ ହୋଇଥାଏ ଅଷ୍ଟିଓପୋରୋସିସ୍‌।

ଅଷ୍ଟିଓପୋରୋସିସ୍‌ ହେଉଛି ଏକ ପ୍ରକାର ରୋଗ, ଯାହା ହାଡ଼ ଦୁର୍ବଳ ଓ ସାମାନ୍ୟ ଆଘାତ ଲାଗିଲେ ଭାଙ୍ଗିଯାଏ। ଅଷ୍ଟିପୋରୋସିସ୍‌ କାରଣରୁ ଅଣ୍ଟା, ମେରୁଦଣ୍ଡ ଓ କଚୋଟିର ହାଡ଼ ଭାଙ୍ଗିଯିବାର ଆଶଙ୍କା ଥାଏ। ଉଭୟ ପୁରୁଷ ଓ ମହିଳାମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି। ହେଲେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଷ୍ଟିଓପୋରୋସିସ୍‌ ଭଳି ସମସ୍ୟା ଅଧିକ ଥାଏ।

ଲକ୍ଷଣ

ଯଦିଓ ଅଷ୍ଟିଓପୋରୋସିସକୁ ନିରବ ରୋଗ ବୋଲି କୁହାଯାଇଥାଏ ତେବେ କିଛି ଲକ୍ଷଣକୁ ଚିହ୍ନଟ କରି ଆପଣ ରୋଗ ସଂପର୍କରେ ଜାଣିପାରିବେ। ତା’ ହେଲେ ଲଗାତର ଥକ୍କା ଅନୁଭବ କରିବା, ହାତ, ଗୋଡ଼ ଏବଂ ଅଣ୍ଟା ଦରଜ ହେବା, ପିଠି ଯନ୍ତ୍ରଣା। ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହାଡ଼ ଭାଙ୍ଗଯିବା, ସକାଳୁ ସକାଳୁ ଦୁର୍ବଳ ଅନୁଭବ କରିବା, କାମ କରିବାକୁ ଇଚ୍ଛା ନ ହେବା, ସମୟ ସହିତ ଗେଡ଼ା ଦେଖାଯିବା ଇତ୍ୟାଦି।

ମହିଳାଙ୍କୁ ହେବାର ଆଶଙ୍କା କାହିଁକି ଅଧିକ?

ମହିଳାଙ୍କ ଶରୀରରେ ଏପରି କିଛି ହରମୋନ୍ ରହିଥାଏ ଯାହା ସେମାନଙ୍କୁ ଏହି ରୋଗରୁ ରକ୍ଷା କରେ। ଅନେକ ସମୟରେ ଋତୁସ୍ରାବ ଶୀଘ୍ର ବନ୍ଦ ହୋଇଯିବା କାରଣରୁ ହରମୋନ୍ ମଧ୍ୟ ଅସନ୍ତୁଳିତ ହୋଇପଡ଼େ, ତେଣୁ ହାଡ଼ ଦୁର୍ବଳ ହୋଇଯାଏ। ଏହାଛଡ଼ା ଜନ୍ମଗତ କାରଣ, ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ଡିର ଅଭାବ ଯୋଗୁ ଏପରି ହୋଇଥାଏ। ଧୂମପାନ କରିବା ଏବଂ ମଦ୍ୟପାନ ଏହାର ଆଶଙ୍କାକୁ ବୃଦ୍ଧି କରେ। ଏସବୁ ବ୍ୟତୀତ ଦୀର୍ଘ ଦିନ ଧରି ମଧୁମେହ, ଥାଇରଏଡ୍ ଭଳି ରୋଗର ଔଷଧ ଖାଇବା ବି ଏହି ରୋଗ ସୃଷ୍ଟି କରେ।

କିଭଳି ରକ୍ଷାପାଇବେ?

ଅଷ୍ଟିଓପୋରୋସିସରୁ ରକ୍ଷ ପାଇବା ଲାଗି ଶାରିରୀକ ଭାବେ ଫିଟ୍ ରହିବା ଏବଂ ବ୍ୟାୟାମ କରିବା ଜରୁରୀ। ଶରୀରର ଯେଉଁ ଅଙ୍ଗ ସକ୍ରିୟ ରହିଥାଏ, ସେଠାରେ କ୍ୟାଲସିୟମ୍ ଏବଂ ମିନେରାଲ ଅଧିକ ସୃଷ୍ଟି ହୋଇଥାଏ, ଫଳରେ ହାଡ଼ ମଜଭୁତ ହୁଏ। ତେଣୁ ନିୟମିତ ଭାବେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ।

ନିଜର ଡେଲି ରୁଟିନରେ କ୍ୟାଲସିୟମ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ପ୍ରୋଟିନ୍ ପାଇଁ ଡାଏଟ ମାଛ, ସୋୟାବିନ୍, ଗଜାଖାଦ୍ୟ, ଡାଲି, ବିନ୍ସ ଆଦି ଖାଆନ୍ତୁ। କ୍ୟାଲସିୟମ୍ ପାଇଁ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟ ଯେପରିକି ପନିର. ଦହି, ଛେନା ଇତ୍ୟାଦି ଅଧିକ ମାତ୍ରାରେ ଖାଆନ୍ତୁ।

ଓଜନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ବଳ ଶରୀର ଅଧିକ ଓଜନ ସହିପାରେ ନାହିଁ। ତେଣୁ ବାରମ୍ବାର ହାଡ଼ ଭାଙ୍ଗେ। ଏଥିଲାଗି ଓଜନ ବଢିବାକୁ ଦିଅନ୍ତୁ ନାହିଁ।
ପ୍ରତିଦିନ ଦିନକୁ ୧୫-୨୦ ମିନିଟ୍ ନିଶ୍ଚିତ ଭାବେ ସୂର୍ଯ୍ୟକିରଣରେ ବସନ୍ତୁ।

ନିଜେ ଡାକ୍ତର ହେବାକୁ ପ୍ରୟାସ କରନ୍ତୁ ନାହିଁ। ଗଣ୍ଠି ସ୍ଥାନରେ ଦରଜ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

କ୍ୟାଲସିୟମ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ୟାଲସିୟମ୍‌ ସେବନ କରନ୍ତୁ।

ଭିଟାମିନ୍‌ ଡି ଆପଣଙ୍କ ଶରୀରର କ୍ୟାଲସିୟମ୍‌ ଶୋଷିବା କ୍ଷମତାକୁ ଉନ୍ନତ କରିଥାଏ, ହାଡ଼କୁ ମଜବୁତ କରିଥାଏ। ପ୍ରତିଦିନ ସକାଳେ ସୂର୍ଯ୍ୟକିରଣରେ ଚାଲନ୍ତୁ। ଭିଟାମିନ୍‌ ଡି ପାଇଁ ଅଣ୍ଡା, ମାଂସ କଲିଜା ଖାଇପାରିବେ।

ଧୂମପାନ ହାଡ଼, ହାର୍ଟ ଓ ଫୁସ୍‌ଫୁସ୍‌କୁ ଖରାପ କରିଦିଏ। ମଦ୍ୟପାନ ମଧ୍ୟ କଙ୍କାଳ ପାଇଁ କ୍ଷତିକାରକ।

Comment