ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାମାନଙ୍କୁ ଅଷ୍ଟିଓପୋରୋସିସ୍ ବା ହାଡ଼ ଦୁର୍ବଳ ହେବାର ଆଶଙ୍କା ଅଧିକ ଥାଏ। ଏପରିକି କେତେକ କ୍ଷେତ୍ରରେ ୩୫ ବର୍ଷରୁ ଅଧିକ ମହିଳା ଏହି ରୋଗରେ ପୀଡ଼ିତ ଥାନ୍ତି। ସନ୍ତୁଳିତ ଖାଦ୍ୟର ଅଭାବ ଏହାର ମୂଳ କାରଣ। ତେବେ ଜାଣନ୍ତୁ କେଉଁ ଖାଦ୍ୟ ଖାଇଲେ ଅଷ୍ଟିଓପୋରୋସିସ୍‌ ବା ହାଡ଼ ଦୁର୍ବଳ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ।

  • ଖାଦ୍ୟରେ କାର୍ବୋହାଇଡ୍ରେଟ, ଦୁଗ୍ଧଜାତୀୟ ପଦାର୍ଥ, ମାଂସ, ମାଛକୁ ନିହାତି ସାମିଲ କରନ୍ତୁ। ଏଥିରୁ ମିଳୁଥିବା ପ୍ରୋଟିନ୍ ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶାଗ, ଚୂନାମାଛ ଖାଇବା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ।
  • ଦୁଗ୍ଧଜାତୀୟ ଉତ୍ପାଦକୁ ଖାଦ୍ୟରେ ସାମିଲ କରିବାବେଳେ ତା’ର ସର ବା ଚର୍ବି ଜାତୀୟ ଅଂଶକୁ କାଢ଼ି ଦିଅନ୍ତୁ। କାରଣ ସେଥିରେ କ୍ୟାଲ୍‌ସିୟମ୍ ନଥାଏ।
  • କ୍ୟାଲ୍‌ସିୟମ୍ ଏବଂ ଭିଟାମିନ୍ ଯୁକ୍ତ ଅନ୍ୟାନ୍ୟ ଖାଦ୍ୟ ଖାଆନ୍ତୁ। ନିୟମିତ ଭାବେ ଫଳ ଏବଂ ସବୁଜ ପନିପରିବାକୁ ବି ଖାଦ୍ୟରେ ସାମିଲ କରନ୍ତୁ।
  • ନିୟମିତ ବ୍ୟବଧାନରେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। କିଛି ବାଟଦୌଡ଼ିବା, ଟେନିସ୍ ଖେଳିବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ। ସପ୍ତାହରେ ୩ ଦିନ ଅତି କମ୍‌ରେ ୨୦ ମିନିଟ୍ ଧରି ଦୌଡ଼ନ୍ତୁ।
  • ଧୂମପାନ ଏବଂ ମଦ୍ୟପାନକୁ ତ୍ୟାଗ କରନ୍ତୁ। କାରଣ ଏହା ଆପଣଙ୍କର ସମସ୍ତ ପ୍ରକାର ଭଲ ଅଭ୍ୟାସକୁ ଖରାପରେ ପରିଣତ କରିଥାଏ।
  • ବାଦାମ, କାଜୁ, ପିସ୍ତା ପରି ଡ୍ରାଏ ଫ୍ରୁଟ୍ସକୁ ବି ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏ’ସବୁ ହାଡ଼କୁ ଶକ୍ତ କରିବାରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଥାଏ।

Comment