ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଡିସେମ୍ଵର ୨୨ରେ ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ। ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ମ୍ୟାଚରେ ଏମିତି କିଛି ରେକର୍ଡ ଯାହା ଭାଙ୍ଗିବାର ସୁଯୋଗ ରହିଛି। ତେବେ ଏହି ଷ୍ଟାଡିୟମରେ ସର୍ବାଧିକ ଓ୍ଵିକେଟ ନେବାର ରେକର୍ଡ ଅନିଲ କୁମ୍ଵଲେଙ୍କ ନାଁରେ ରହିଛି, ଯାହାକୁ ଭାଙ୍ଗିବାକୁ ରବିନ୍ଦ୍ର ଜାଡେଜାଙ୍କ ପାଖରେ ସୁଯୋଗ ରହିଛି।

ଅନିଲ କୁମ୍ଵଲେ ବାରବାଟୀରେ ୩ଟି ମ୍ୟାଚ ଖେଳି ସର୍ବାଧିକ ୭ଟି ଓ୍ଵିକେଟ ହାସଲ କରିଛନ୍ତି। ତାଙ୍କ ସହ ସମାନ ସ୍ଥିତିରେ ରହିଛନ୍ତି ଇଶାନ୍ତ ଶର୍ମା ଓ ଅଜିତ ଅଗରକର। ଏମାନେ ମଧ୍ୟ ୭ଟି ଓ୍ଵିକେଟ ହାସଲ କରିଛନ୍ତି। ତାଙ୍କ ପଛକୁ ରହିଛନ୍ତି ରବିନ୍ଦ୍ର ଜାଡେଜା। ସେ ୩ଟି ମ୍ୟାଚ ଖେଳି ୬ଟି ଓ୍ଵିକେଟ ନେଇଛନ୍ତି।

ଜାଡେଜାଙ୍କ ପାଖରେ ଏହି ରେକର୍ଡ ଭାଙ୍ଗିବାକୁ ସୁଯୋଗ ରହିଛି। କାରଣ ଇଶାନ୍ତ ଶର୍ମା ଓ ଅଜିତ ଅଗରକରଙ୍କ ପାଖରେ ଆଉ ସୁଯୋଗ ନାହିଁ। ଯଦି ଜାଡେଜା ଏହି ମ୍ୟାଚରେ ୨ଟି ଓ୍ଵିକେଟ ହାସଲ କରନ୍ତି ତେବେ ସେ ବାରବାଟୀରେ ସର୍ବାଧିକ ଓ୍ଵିକେଟ ନେବାର ରେକର୍ଡ ନିଜ ନାଁରେ କରିପାରିବେ।

Comment