ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶବ୍ୟାପୀ ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହୋଇଛି ନାଗରିକତା ସଂଶୋଧନ ବିଲ୍‌। ଲୋକସଭାରେ ବିଲ୍‌ ପାରିତ ହେବା ପରେ ମଙ୍ଗଳବାର ରାଜ୍ୟସଭାରେ ଏହି ବିଲ୍‌ ଆଗତ ହୋଇପାରେ। ରାଜ୍ୟସଭାରେ ଏହାକୁ କଡ଼ା ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। କାରଣ ରାଜ୍ୟସଭାରେ ସରକାରଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ନାହିଁ।

ସୋମବାର ଲୋକସଭାରେ ପ୍ରାୟ ୧୨ ଘଣ୍ଟା ସରଗରମ ଆଲୋଚନା ହେବା ପରେ ବିଲ୍ ପାସ ପାଇଁ ଭୋଟିଂ ହୋଇଥିଲା। ଗୃହରେ ଉପସ୍ଥିତ ଥିବା ୩୯୧ ଜଣ ସଦସ୍ୟଙ୍କ ମଧ୍ୟରୁ ବିଲ୍ ସପକ୍ଷରେ ୩୧୧ ଜଣଙ୍କର ଭୋଟ ପଡ଼ିଥିଲା ବେଳେ ୮୦ ଜଣ ବିଲ୍‌ ବିରୋଧ କରିଥିଲେ। ବିଲ୍‌ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନାଗରିକତା ସଂଶୋଧନ ବିଲ୍‌ କ’ଣ, କାହିଁକି ହେଉଛି ଏହାର ବିରୋଧ? ଜାଣନ୍ତୁ ପୂରା କଥା

Comment