ଓଡ଼ିଶାଲାଇଭ୍ ବ୍ୟୁରୋ

ସିମେଇ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ଯଦି ଆପଣ ବି ସିମେଇ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ପ୍ରସ୍ତୁତ କରନ୍ତୁ ସିମେଇ ଉପମା।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ସିମେଇ
  • ୨ ଚାମଚ ତେଲ
  • ଗୋଟେ ଛୋଟ ଚାମଚ ଜୀରା
  • ୨ରୁ ୩ ଚାମଚ ଲଙ୍କାଗୁଣ୍ଡ
  • ୭ରୁ ୮ ଭୃସୁଙ୍ଗାପତ୍ର
  • ୧ କପ୍‌ ମିଠା ମକା
  • ୧ କପ୍‌ ବାଦାମ
  • ନାଲି ଲଙ୍କାଗୁଣ୍ଡ
  • ହଳଦୀ ପାଉଡର
  • ସ୍ୱାଦଅନୁସାରେ ଲୁଣ

ପ୍ରଣାଳୀ

ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ଏବେ ଟିକେ ତେଲ ପକାଇ ସିମେଇ ପକାନ୍ତୁ। ସିମେଇ ହାଲକା ବାଦାମୀ ରଙ୍ଗର ହୋଇଗଲେ ଏହାକୁ ପ୍ୟାନ୍‌ରୁ କାଢ଼ି ଦିଅନ୍ତୁ।

ଏବେ ସେହି ପ୍ୟାନ୍‌ରେ ୨ ଚାମଚ ତେଲ ଦିଅନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଜୀରା, କଞ୍ଚା ଲଙ୍କା କଟା, ଭୃସୁଙ୍ଗା ପତ୍ର, ବାଦାମ, ଗାଜର, ମକା ପକାଇ ୨ରୁ ୩ ମିନିଟ୍‌ ଯାଏଁ ଏପଟ ସେପଟ କରନ୍ତୁ। ଏବେ ଏଥିରେ ସିମେଇ, ହଳଦୀ ଓ ସ୍ୱାଦଅନୁସାରେ ଲୁଣ ନାଲି ଲଙ୍କା ଗୁଣ୍ଡ ଏବଂ ଟମାଟୋ ସସ୍‌ ଏବଂ ଟିକେ ଲେମ୍ବୁ ରସ ପକାନ୍ତୁ। ଏବେ ଏହାକୁ ମଧ୍ୟମ ଜାଳରେ ଏପଟ ସେପଟ କରନ୍ତୁ। ଏବେ ଏଥିରେ ଦୁଇ କପ୍‌ ପାଣି ପକାଇ ୭ରୁ ୮ ମିନିଟ୍‌ ଯାଏଁ ରାନ୍ଧନ୍ତୁ। ସିମେଇରୁ ପୂରା ପାଣି ମରିଗଲେ ପ୍ରସ୍ତୁତ ହୋଇଯିବ ସିମେଇ ଉପମା।

Comment