ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୦।

ଭୁବନେଶ୍ଵରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମ୍ୟାନେଜର, ଏଚ୍‌ଆର୍‌ ଅଫିସର, ପ୍ଲେସମେଣ୍ଟ ଅଫିସର ଓ ଇଲେକ୍ଟ୍ରିକାଲ ସୁପରଭାଇଜର ପଦବୀ ପାଇଁ ଏହି ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୦ ଡିସେମ୍ଵର ୨୦୧୯।

ପଦବୀ

  • ମ୍ୟାନେଜର (ଫାଇନାନ୍ସ ଓ ଆକାଉଣ୍ଟ)
  • ଏଚ୍‌ଆର୍‌ ଅଫିସର
  • କମର୍ସ ଓ ସୋସିଆଲ ସାଇନ୍ସ ଏଣ୍ଡ ହ୍ୟୁମାନିଟିସ୍‌ ପାଇଁ ପ୍ଲେସମେଣ୍ଟ ଅଫିସର
  • ଇଲେକ୍ଟ୍ରିକାଲ ସୁପରଭାଇଜର

ଶିକ୍ଷାଗତ ଯୋଗ୍ୟତା

  • ମ୍ୟାନେଜର ପଦବୀ – ଚାର୍ଟାଡ ଆକାଉଣ୍ଟାଟ। ୩ରୁ ୪ ବର୍ଷର ଅଭିଜ୍ଞତା
  • କମର୍ସ ଓ ସୋସିଆଲ ସାଇନ୍ସ ଏଣ୍ଡ ହ୍ୟୁମାନିଟିସ୍‌ ପାଇଁ ପ୍ଲେସମେଣ୍ଟ ଅଫିସର – ବାଣିଜ୍ୟରେ ପିଜି କରିଥିବା ସହ ଇଂରାଜୀରେ କଥା କହିପାରୁଥିବା ଦରକାର ଓ ଯେକୌଣସି ଶିକ୍ଷା ସଂସ୍ଥାନରେ ୩ ବର୍ଷର ଅଭିଜ୍ଞତା ଥିବା ଦରକାର।
  • ଏଚ୍‌ଆର୍‌ ଅଫିସର – ପ୍ରାର୍ଥୀ ଏମ୍‌ବିଏ ପଢ଼ିଥିବା ସହ ୩ ବର୍ଷର ଅଭିଜ୍ଞତା ଆବଶ୍ୟକ।
  •  ଇଲେକ୍ଟ୍ରିକାଲ ସୁପରଭାଇଜର – ପ୍ରାର୍ଥୀ ଇଲୋକ୍ଟୋରାଲ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଦରକାର। ଏହାସହ ଆଇଟିଆଇ ସାର୍ଟିଫିକେଟ ଓ ୫ ବର୍ଷର ଅଭିଜ୍ଞତା ଆବଶ୍ୟକ।

 

bguକେମିତି କରିବେ ଆବେଦନ?

ପ୍ରାର୍ଥୀମାନେ ଆବେଦନ ପାଇଁ ନିଜ ବାୟୋଡାଟା ବା ସିଭିକୁ ଇମେଲ୍‌ career@bgu.ac.in ରେ ପଠାଇ ପାରିବେ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୦ ପର୍ଯ୍ୟନ୍ତ ରହିଛି। ଅଧିକ ତଥ୍ୟ ପାଇଁ www.bgu.ac.in କୁ ଯାଇ ପାରିବେ।

ବିଶ୍ଵବିଦ୍ୟାଳୟ ବିଷୟରେ

ଘରୋଇ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅତ୍ୟାଧୁନିକ ତଥା ପେସାଦାର ପାଠ୍ୟକ୍ରମ ପ୍ରଦାନ ଦିଗରେ ବିର୍ଲା ଗ୍ଲୋବାଲ ୟୁନିଭରସିଟି ଓଡ଼ିଶାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ନାଁ କରିପାରିଛି। ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ଏମବିଏ ଓ ବିବିଏ ସହ ଇଣ୍ଟିଗ୍ରେଟେଡ ଲ’ ଏବଂ ଜର୍ଣ୍ଣାଲିଜମ ଭଳି ପେସାଦାର ପାଠ୍ୟକ୍ରମ ରହିଛି। ତା’ ସହିତ ସୋସିଆଲ ସାଇନ୍ସ ଏଣ୍ଡ ହ୍ୟୁମାନିଟିସ୍‌ ଏବଂ କମର୍ସ ଆଦି ବିଭାଗରେ ସ୍ନାତକ ଏବଂ ସ୍ନାତକୋତ୍ତର କ୍ଷେତ୍ରରେ ଶିକ୍ଷାଦାନ କରାଯାଉଛି। ବିର୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ନଭେମ୍ଵର ୧୬ ତାରିଖରେ ଏହାର ଦ୍ୱିତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Comment