ଓଡ଼ିଶାଲାଇଭ୍ ବ୍ୟୁରୋ

ପିଆଜର ମହଙ୍ଗା ମାଡ଼ରୁ ଦେଶବାସୀ ମୁକୁଳି ନଥିବା ବେଳେ ଏବେ ଅମୂଲ ଏବଂ ମଦର ଡାଏରୀ କମ୍ପାନି କ୍ଷୀର ଦର ବଢ଼ାଇଛନ୍ତି। ଅମୂଲ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ାଇଥିବା ବେଳେ ମଦର ଡାଏରୀ କମ୍ପାନି ୩ ଟଙ୍କା ବଢ଼ାଇଛି।

ଏହି ବର୍ଦ୍ଧିତ ଦର ଗୁଜୁରାଟ, ମୁମ୍ବାଇ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ରବିବାରଠାରୁ ଲାଗୁ ହେବ। ସେହିପରି ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ମଦର ଡାଏରୀର ବର୍ଦ୍ଧିତ ଦର ଲାଗୁ ହେବ। ଅମୂଲ ଗୋଲ୍ଡ ଏବଂ ଅମୂଲ ତାଜା କ୍ଷୀରରେ ଏହି ମୂଲ୍ୟ ବୃଦ୍ଧି କରାଯାଇଛି।

ମଦର ଡାଏରୀର ଟୋକେନ୍‌ ମିଲ୍‌କ ଲିଟର ପୂର୍ବରୁ ୪୦ ଟଙ୍କା ରହିଥିଲା। ଏହା ଏବେ ବଢ଼ି ୪୨ ଟଙ୍କା ହୋଇଛି। ସେହିପରି ଫୁଲ୍‌ କ୍ରିମ୍‌ ମିଲ୍‌କ ଲିଟର ୫୩ ଟଙ୍କା ରହିଥିଲା। ଏଥିରେ ଦୁଇ ଟଙ୍କା ବଢ଼ିଥିବାରୁ ଏହା ୫୫ ଟଙ୍କାରେ ମିଳିବ।

ଫୁଲ୍‌ କ୍ରିମ୍‌ ପ୍ରିମିୟମ୍‌ ମିଲ୍‌କ ଅଧ ଲିଟର ୨୯ ଟଙ୍କା ରହିଥିଲା। ଏବେ ଏହା ବଢ଼ି ୩୦ ଟଙ୍କା ହୋଇଛି। ଟୋନ୍‌ଡ ମିଲ୍‌କ ଲିଟର ୪୨ ଟଙ୍କା ଥିଲା। ଏବେ ଏହା ବଢ଼ି ୪୫ ଟଙ୍କାରେ ମିଳିବ।

ଡବଲ ଟୋନ୍‌ଡ ମିଲ୍‌କ ଲିଟର ୩୬ ଟଙ୍କା ରହିଥିଲା। ଏବେ ୩୯ ଟଙ୍କାରେ ଏହା ମିଳିବ।

Comment