ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲା ଭୁବନେଶ୍ଵର ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ। ଏହି ରାସ୍ତାର ନାଁ ପରିବର୍ତ୍ତନ କରାଯାଇ ‘ଲୋକସେବା ମାର୍ଗ’ ରଖାଯାଇଛି। ପୂର୍ବରୁ ଏହି ରାସ୍ତାର ନାଁ ସଚିବାଳୟ ମାର୍ଗ ରହିଥିଲା।
ସଚିବାଳୟର ନାଁ ଲୋକସେବା ଭବନକୁ ପରିବର୍ତ୍ତନ ପରେ ଏହି ରାସ୍ତାର ନାଁ ପରିବର୍ତ୍ତନ କରାଯାଇଛି। ଗତ ଜୁଲାଇ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟର ନାଁ ପରିବର୍ତ୍ତନ କରି ଲୋକସେବା ଭବନ କରିବାକୁ ଘୋଷଣା କରିଥିଲେ।
ଏହାପୂର୍ବରୁ ଜନପଥ ରାସ୍ତାର ନାଁକୁ ପରିବର୍ତ୍ତନ କରି ‘ଜୟୀ ରାଜଗୁରୁ ଜନପଥ’ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳର ନେତା ପ୍ରଦୀପ କୁମାର ନାଏକ। ବାଣୀ ବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାକୁ ଜନପଥ କୁହାଯାଏ।


















