ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଜନପଥକୁ ଜୟୀ ରାଜଗୁରୁ ଜନପଥ କରିବାକୁ ଦାବି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର ଜନପଥର ନାଁ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ। ଏହି ରାସ୍ତାକୁ ‘ଜୟୀ ରାଜଗୁରୁ ଜନପଥ’ ନାଁକୁ ପରିବର୍ତ୍ତନ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବାଣୀବିହାର ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାକୁ ଜନପଥ ବୋଲି କୁହାଯାଉଛି।

ସେ ଲେଖିଛନ୍ତି ଯେ, ଜୟୀ ରାଜଗୁରୁ କେବଳ ରାଜ୍ୟ ପାଇଁ ନୁହେଁ ପୁରା ଦେଶ ପାଇଁ ଜଣେ ମହାନ ବ୍ୟକ୍ତିତ୍ୱ। ତେଣୁ ତାଙ୍କୁ ଶ୍ରଦ୍ଧାଜ୍ଞଳି ଦେବା ପାଇଁ ରାଜ୍ୟ ରାଜଧାନୀର ଏହି ରାସ୍ତାକୁ ତାଙ୍କ ନାଁରେ ନାମିତ କରାଯିବା ଉଚିତ୍। ଏହାଦ୍ୱାରା ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନେ ଜୟୀ ରାଜଗୁରୁଙ୍କ ବିଷୟରେ ଜାଣିପାରିବେ।

ଅକ୍ଟୋବର ୨୯ ତାରିଖରେ ଜୟୀ ରାଜଗୁରୁଙ୍କ ଜୟନ୍ତି ପଡୁଛି। ସେ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ଓ ଓଡ଼ିଶାର ସ୍ଵାଧୀନତା ବଜାୟ ରଖିବା ପାଇଁ ଜନ ଆନ୍ଦୋଳନ କରିଥିଲେ। ହେଲେ ଇଂରେଜମାନ ତାଙ୍କୁ ବରଗଛରେ ବାନ୍ଧି ଜିଅନ୍ତା ଫାଡ଼ି ଦେଇଥିଲେ। ଏଭଳି ହତ୍ୟା ବିଶ୍ଵ ଇତିହାସରେ ବିରଳ।

Comment