ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୁଞ୍ଚିଲା ଉତ୍କଳ ବିଶ୍ଵବିଦ୍ୟାଳୟ ବିଭିନ୍ନ ପରୀକ୍ଷା। ବୁଧବାର ଭାରତ ବନ୍ଦ ପାଇଁ ବିଶ୍ଵବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପରୀକ୍ଷା ଘୁଞ୍ଚାଯାଇଛି।

ବନ୍ଦ ପାଇଁ ବୁଧବାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

୧୨ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ। ଏହି ବନ୍ଦ ପାଳନ ଫଳରେ ସାରା ଦେଶରେ ଯାତାୟାତ ପ୍ରଭାବିତ ହେବ।

ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏହି ବନ୍ଦର ଡାକରା ଦେଇଛି। ଏହାକୁ ଓଡ଼ିଶାରେ କଂଗ୍ରେସ ଦଳ ମଧ୍ୟ ସମର୍ଥନ ଜଣାଇଛି। ସାରା ଭାରତରେ ବନ୍ଦ ପାଳନ ହେବା ଦ୍ୱାରା ଗାଡ଼ି ମୋଟର ଚଳାଚଳ ଉପରେ ପ୍ରଭାବ ପଡ଼ିବ।

Comment