ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂକ୍ରମଣ ଅଧିକ ବ୍ୟାପକ ହେଉଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ନର୍ଦ୍ଦେଶ ଦିଆଯାଇଛି। କିନ୍ତୁ ବିଏମ୍‌ସିର ଏହି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ।

ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ଏହି ନିଷ୍ପତ୍ତି ବିରୋଧରେ ଏକ ଶୋଭାଯାତ୍ରା କରିବା ସହିତ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି।

‘‘ନିର୍ବାଚନ ସମାବେଶ ହେଉଛି, ସଭା ସମିତିକୁ ସ୍ୱୀକୃତି ମିଳୁଛି। କିନ୍ତୁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ କୁହାଯାଉଛି କାହିଁକି। କରୋନା କାଳରେ ସମସ୍ତଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଏମିତି ଯଦି ପୁଣି ଥରେ ବନ୍ଦ କରିଦିଆଯାଏ ତାହେଲେ ଆମ ଭବିଷ୍ୟତ କ’ଣ ହେବ’’, ଏଭଳି ପ୍ରଶ୍ନ ପଚାରିଛନ୍ତି ଛାତ୍ରଛାତ୍ରୀ।

Comment