ଓଡ଼ିଶାଲାଇଭ୍ ବ୍ୟୁରୋ

Utkal Universityରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାହ୍ୟା ଦାବି କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଲୋକସଭାରେ ରାଷ୍ଟ୍ରପତି ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ସେ ଏହି ଦାବି କରିଛନ୍ତି।

ଲୋକସଭାରେ ସାଂସଦ ଅଚ୍ୟୁତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶିକ୍ଷାର ବିକାଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନିକଟରେ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଭଳି ପଦକ୍ଷେପ ନେଇଛନ୍ତି। ଏଣୁ ଉତ୍କଳ ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରାଗଲେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆହୁରି ଅନେକ ବାଟ ଯାଇପାରିବ।

ଏଥି ସହିତ ଓଡ଼ିଶାର ଅନ୍ୟ ଏକ ଆଦିବାସୀ ବହୁଳ ଜିଲ୍ଲାରେ ଦ୍ଵିତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ମଧ୍ୟ ସାଂସଦ ସାମନ୍ତ ଲୋକସଭାରେ ଦାବି କରିଛନ୍ତି।

Comment