ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ଯୁଜୁମୁରା ଜାତୀୟ ରାଜପଥ-୫୫ରେ ଶନିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଲୁହାପଥର ବୋଝେଇ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି ଟ୍ୟାଙ୍କର। ଦୁର୍ଘଟଣାପରେ ଘଟଣାସ୍ଥଳରେ ହିଁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୨ଜଣ ନିଆଁରେ ପୋଡ଼ିହୋଇ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି।

ଶନିବାର ଭୋର ସାଢ଼େ ୪ଟାବେଳେ ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସମ୍ବଲପୁରରୁ କଟକ ଯାଉଥିବା ଏକ ଟ୍ୟାଙ୍କର ବିପରୀତ ଦିଗରୁ ଆସୁଥିବା ଲୁହାପଥର ବୋଝେଇ ଟ୍ରକ୍‌ ସହ ମୁହାଁମୁହାଁ ଧକ୍କା ହୋଇଥିଲା। ଫଳରେ ଗାଡ଼ିରେ ନିଆଁ ଲାଗିଯାଇ ଦୁଇ ଗାଡ଼ିର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଛି। ତେବେ ଟ୍ୟାଙ୍କରଟି ଭର୍ତ୍ତି ଥିବାରୁ ଗ୍ୟାସ୍‌ ଲିକ୍‌ ହୋଇ ବିସ୍ଫୋରଣ ହେବାର ଭୟ ଲାଗି ରହିଛି। ଏନେଇ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖର ୧୦ଟି ଘର ଖାଲି କରାଯାଇଛି। ଅନ୍ୟପକ୍ଷରେ ଟ୍ୟାଙ୍କର କମ୍ପାନି ସହ ପୋଲିସ ଯୋଗାଯୋଗ କରୁଥିବା ସୂଚନା ମିଳିଛି।

Comment