ଓଡ଼ିଶାଲାଇଭ୍‌ ବ୍ୟୁରୋ

 

କ୍ଲିନିକରେ ପଶି ଶିଶୁ ଡାକ୍ତରଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼। ଏଥିରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଗୁରୁତର ହୋଇଛନ୍ତି। ଏଭଳି ଘଟଁଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ଡାକ୍ତରଙ୍କ ସହ ଜଣେ ଔଷଧ ଦୋକାନ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।

ଏକ ଔଷଧ ଦୋକାନରେ ଥିବା କ୍ଲିନିକରେ ରୋଗୀ ଦେଖୁଥିଲେ ଡାକ୍ତର। ଦୁଇ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଚମ୍ପଟ ହୋଇଯାଇଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଏସ୍‌ପି ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରିଛନ୍ତି।

Comment