ଓଡ଼ିଶାଲାଇଭ୍‌ ବ୍ୟୁରୋ

Baharin Odia Samajପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାହାରିନ୍‌ରେ ଭାରତୀୟ ଦୂତାବାସ ପକ୍ଷରୁ ସ୍ପେକ୍ଟ୍ରା-୨୦୧୯ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତ ତଥା ଅନ୍ତର୍ଜାତୀୟ ସମୁଦାୟଙ୍କ ୬୦ଟି ଷ୍ଟଲ ଅଂଶ ଗ୍ରହଣ କରିଥିଲେ। ଏହା ମଧ୍ୟରୁ ବାହାରିନ୍‌ ଓଡ଼ିଆ ସମାଜକୁ ଶ୍ରେଷ୍ଠ ପାରମ୍ପରିକ ଷ୍ଟଲ୍‌ ଭାବେ ସମ୍ମାନିତ କରାଯାଇଛି।

Baharin Odia Samaj

ଗତ ଶୁକ୍ରବାର ଦିନ ବାହାରିନ୍‌ ପ୍ରଦର୍ଶନୀ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ବାହାରିନ୍‌ ଓଡ଼ିଆ ସମାଜର ବିଷୟବସ୍ତୁ ଥିଲା ଗୋ ଗ୍ରୀନ୍‌, ସେଭ୍‌ ଏନ୍‌ଭର୍ଣ୍ଣମେଣ୍ଟ ଏବଂ ମେଡ୍‌ ଇନ୍‌ ଓଡ଼ିଶା। ଓଡ଼ିଆ ସଂସ୍କୃତି ଏବଂ ପାରମ୍ପରିକକୁ ଷ୍ଟଲ ମାଧ୍ୟମରେ ଓଡ଼ିଆ ବାହାରିନ ସମାଜ ପ୍ରଦର୍ଶନ କରିଥିଲା।

Baharin Odia Samaj

ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ  ପାରମ୍ପରିକ ଷ୍ଟଲ୍‌ ଭାବେ ବାହାରିନ୍‌ ଓଡ଼ିଆ ସମାଜକୁ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ସ୍ପେକ୍ଟ୍ରା-୨୦୧୮ କାର୍ଯ୍ୟକ୍ରମରେ ମଧ୍ୟ ବାହାରିନ୍‌ ଓଡ଼ିଆ ସମାଜକୁ ଶ୍ରେଷ୍ଠ ପାରମ୍ପରିକ ଷ୍ଟଲ ଭାବେ ସମ୍ମାନିତ କରାଯାଇଥିଲା।

Baharin Odia Samaj

“ବାହାରିନ୍‌ ଓଡ଼ିଆ ସମାଜର ସଦସ୍ୟଙ୍କ କଠନ ପରିଶ୍ରମ, ଟିମ୍‌ ୱାର୍କ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଅଶେଷ କରୁଣା ଯୋଗୁଁ ଆମେ ଏହି ସଫଳତା ପାଇଛୁ। ଆଗକୁ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ଆମେ ଓଡ଼ିଶାର ଐତିହ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର କରିବୁ”, ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ନିର୍ମିତ ପାରମ୍ପରିକ ଦ୍ରବ୍ୟକୁ ଅନ୍ତର୍ଜାତୀୟ ସମୁଦାୟଙ୍କ ଆଗରେ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଓଡ଼ିଶାର ମହିଳାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାର ଲୋକ ଉପସ୍ଥିତ ଥିବା ସୂଚନା ମିଳିଛି।

Comment