ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରିବା ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କୁ ମହଙ୍ଗା ପଡ଼ିଛି। ଗତ କିଛି ବର୍ଷ ଧରି ଷ୍ଟାର ଟିଭି ନେଟ୍‌ୱର୍କରେ ପ୍ରସାରିତ ହେଉଥିବା ‘ସାବଧାନ ଇଣ୍ଡିଆ’ କାର୍ଯ୍ୟକ୍ରରେ ସୁଶାନ୍ତ ସିଂହ ଉପସ୍ଥାପନା କରୁଥିଲେ। CAAକୁ ବିରୋଧ କରିବାରୁ ତାଙ୍କୁ ବର୍ତ୍ତମାନ ସୋ’ରୁ ବିଦା ହେବାକୁ ପଡ଼ିଛି।

ନାଗରିକତା ଆଇନ୍‌ ବର୍ତ୍ତମାନ ସାରା ଦେଶରେ ନିଆଁ ଲଗାଇଛି। ଆସାମ୍‌ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବର୍ତ୍ତମାନ ଦେଶର ସବୁ ଅଞ୍ଚଳରେ ଦେଖାଯିବାକୁ ଲାଗିଲାଣି। ରାଜଧାନୀ ଦିଲ୍ଲୀରେ ଏହା ଭୟଙ୍କର ରୂପ ନେବାରେ ଲାଗିଛି। ଦିଲ୍ଲୀର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ଅନେକ କଳାକାର ଏହାକୁ ସପୋର୍ଟ କରିଛନ୍ତି।

ଅଭିନେତ୍ରୀ ଦିଆ ମିର୍ଜା, ସୋନାକ୍ଷୀ ସିହ୍ନା, ରିଚା ଚଢା, ହ୍ୟୁମା କ୍ୟୁରେସୀ ଏବଂ ରିତେଶ ଦେଶମୁଖ୍‌ଙ୍କ ଭଳି ଅନେକ କଳାକାର ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରିଛନ୍ତି। ଏଥିସହିଥ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କୁ ସପୋର୍ଟ ମଧ୍ୟ କରୁଛନ୍ତି। ତେବେ ଏହି ଆଇନ୍‌କୁ ବିରୋଧ କରିବା ଅଭିନେତା ସୁଶାନ୍ତ ସଂହଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କୁ ସାବଧାନ ଇଣ୍ଡିଆ କାର୍ଯ୍ୟକ୍ରମରୁ ବାହାର କରିଦିଆଯାଇଛି।

Comment