ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ସାହିତ୍ୟିକ ତରୁଣକାନ୍ତି ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଚଳିତ ବର୍ଷ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ସାହିତ୍ୟିକ ତରୁଣକାନ୍ତି ମିଶ୍ର ତାଙ୍କର ଗଳ୍ପ ସଙ୍କଳନ ଭାସ୍ୱତୀ ପାଇଁ ଏହି ପୁରସ୍କାର ପାଇବେ। ଚଳିତ ବର୍ଷ ମୋଟ୍ ୨୪ଟି ଭାଷାରେ ପୁରସ୍କାର ଘୋଷଣା କରାଯାଇଛି ଏବଂ ଏହାରି ମଧ୍ୟରେ ସ୍ଥାନ ପାଇଛନ୍ତି ସାହିତ୍ୟିକ ତରୁଣକାନ୍ତି ମିଶ୍ର।

ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ ଗଳ୍ପ ରଚନା କରିଥିବା ସହର ମୋଟ୍ ୧୮ଟି ଗଳ୍ପ ସଙ୍କଳନ କରିଛନ୍ତି। ଏହା ପୂର୍ବରୁ ତାଙ୍କୁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇସାରିଛି।୧୯୫୦ ମସିହାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ତରୁଣକାନ୍ତି ତାଙ୍କର ସ୍କୁଲ ଶିକ୍ଷା ପୁରୀ ଜିଲ୍ଲା ସ୍କୁଲରେ ଶେଷ କରିଥିଲେ। ଏହାପରେ ସେ ତାଙ୍କର କଲେଜ ଜୀବନ ବିଜେବି କଲେଜରେ କାଟିଥିଲେ। ତା’ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଜର ପିଜି ପାଠପଢ଼ା ଶେଷ କରିଥିଲେ। ଏହାପରେ ସେ କିଛି ଦିନ ବିଲାତ ଯାଇ ମଧ୍ୟ ପାଠ ପଢ଼ିଥିଲେ। ଜୀବନରେ ଜଣେ ଅଧ୍ୟାପକ ହେବାକୁ ଇଚ୍ଛା ରଖିଥିବା ତରୁଣକାନ୍ତି ୧୯୭୫ ମସିହାରେ ଆଇଏଏସ୍ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ।  ଦୀର୍ଘ ବର୍ଷ ଧରି ନିଜ କାର୍ଯ୍ୟ ସୂଚାରୁରୂପେ କରିବା ପରେ ସେ ୨୦୧୦ ମସିହାରେ କାର୍ଯ୍ୟରୁ ଅବସର ନେଇଥିଲେ।

ତାଙ୍କ ସହିତ ଶାନ୍ତାଳି ଭାଷାରେ ‘ଶିଶିରଜାଲି’ ଗଳ୍ପ ସଙ୍କଳନ ପାଇଁ ମୟୁରଭଞ୍ଜର ଜିଲ୍ଲାର କାଳୀଚରଣ ହେମ୍ବ୍ରମଙ୍କୁ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହେବେ।  ଝଣେ ସାନ୍ତାଳି ଲେଖକ ଭାବେ ସେ ବେଶ ପ୍ରସିଦ୍ଧି ଅର୍ଜନ କରିପାରିଛନ୍ତି।

Comment