ଓଡ଼ିଶାଲାଇଭ୍ ବ୍ୟୁରୋ
କଳାହାଣ୍ଡି ଜିଲ୍ଲା ମୁଖିଗୁଡାସ୍ଥିତ ଓଏଚ୍ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଦୁଇ ଦିନ ହେଲା ନିଖୋଜ ଅଛନ୍ତି। ଏନେଇ ତାଙ୍କ ପତ୍ନୀ ସୁରେଖା ମେହେର୍ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ପତ୍ନୀଙ୍କ ଅଭିଯୋଗ ଅନୁସାରେ ମେହେର ବୁଧବାର ସକାଳ ୧୦ଟା ୩୦ରେ ଅଫିସ ଯାଇଥିଲେ, ହେଲେ ଆଉ ଘରକୁ ଫେରି ନାହାନ୍ତି। ବାରମ୍ବାର ଫୋନ୍ କଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି।
ଅଭିଯୋଗ ପାଇବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି। ତେବେ ମେହର ନିଜ ଇଚ୍ଛା ଅନୁସାରେ କୁଆଡ଼େ ପଳାଇଛନ୍ତି କି ତାଙ୍କ ଅପହରଣ କରାଯାଇଛି ତାହା ଜଣାପଡ଼ିନି।