ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ପକ୍ଷରୁ ୧୭୭ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଏଚପିସିର ବିଭିନ୍ନ ବିଭାଗରେ ଖାଲିଥିବା ବିଭିନ୍ନ ଟେକ୍ନିକାଲ ଟ୍ରେନି, ମ୍ୟାନେଜମେଣ୍ଟ ଟ୍ରେନି ଓ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ହେବ।

ଏହି ସବୁ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ସେପ୍ଟେମ୍ବର ୧୪ ଆବେଦନର ଶେଷ ତାରିଖ।

ଯଦି ଆପଣମାନେ ଓଏଚପିସିର ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ନନ ଏକ୍ସିକ୍ୟୁଟିଭ ଟେକ୍ନିକାଲ ଟ୍ରେନି – ୧୫୦ (ବିଭିନ୍ନ ବିଭାଗ)
  • ଡିପ୍ଲୋମା ଇଞ୍ଜିନିୟର ଟ୍ରେନି – ୨୦
  • ମ୍ୟାନେଜମେଣ୍ଟ ଟ୍ରେନି – ୭

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ସେମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ
  • ଟେକ୍ନିକାଲ ଟ୍ରେନି ପଦବୀ ପାଇଁ ଆଇଟିଆଇ ପାସ କରିବା ଆବଶ୍ୟକ
  • କେବଳ ମ୍ୟାନେଜମେଣ୍ଟ ଟ୍ରେନି କମର୍ସ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଓଏଚପିସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପାର୍ଥୀଙ୍କର ସାର୍ଟିଫିକେଟ ଯାଞ୍ଚ ସହ ମେଡିକାଲ ଭେରିଫିକେସନ କରାଯିବ। ଏହାପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ନାମ ବାହାରିବ। ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ପ୍ରଥମେ ବର୍ଷେ ଯାଏଁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ।

କେମିତି କରିବେ ଆବେଦନ

  • ଓଏଚପିସିର ୱେବସାଇଟ୍ ohpcltd.comକୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘ରିକ୍ରୁଟମେଣ୍ଟ’ ଅପ୍ସନକୁ କ୍ଲିକ କରନ୍ତୁ
  • ସେଠାରେ ନିଜର ନାମ ‘ରେଜିଷ୍ଟର’ କରନ୍ତୁ
  • ରେଜିଷ୍ଟ୍ରେସନ ହୋଇସାରିବା ପରେ ‘ଲଗ ଇନ’ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

 

ଓଏଚପିସି ପକ୍ଷରୁ ଏହିସବୁ ପଦବୀ ପାଇଁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏହି ପରୀକ୍ଷା ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ହେବ, ସେନେଇ ଆଗକୁ ସୂଚନା ଦିଆଯିବ। ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓଏଚପିସି ୱେବସାଇଟରେ ଉପଲବ୍ଧ।

Tags: #OHPC #TechnicalandManagementJobs #OnlineApplication #Employment #Odisha

Comment