ଓଡ଼ିଶାଲାଇଭ୍ ବ୍ୟୁରୋ

  • ୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ
  • ପ୍ରଥମ ପର୍ଯ୍ୟାୟ – ପଞ୍ଚାୟତ ଓ ନଗରାଞ୍ଚଳ ୱାର୍ଡ ସ୍ତରରେ ନିର୍ବାଚନ
  • ଦ୍ୱିତୀୟ ପର୍ଯ୍ୟାୟ – ବ୍ଲକ ଓ ପୌରାଞ୍ଚଳରେ ସଭାପତି ନିର୍ବାଚନ
  • ତୃତୀୟ ପର୍ଯ୍ୟାୟ – ଜିଲ୍ଲା ସଭାପତି
  • ଚତୁର୍ଥ ପର୍ଯ୍ୟାୟ – ରାଜ୍ୟ ପରିଷଦ ସଦସ୍ୟ ନିର୍ବାଚନ
  • ପଞ୍ଚମ ପର୍ଯ୍ୟାୟ – ରାଜ୍ୟ ସଭାପତି, କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ବାଚନ

ଡିସେମ୍ବର ୨୭ରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ ଆରମ୍ଭ ହେବ। ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ।

ଡିସେମ୍ବର ୨୭ରୁ ଜାନୁଆରି ୧୩ ପର୍ଯ୍ୟନ୍ତ ପଞ୍ଚାୟତ ଓ ନଗରାଞ୍ଚଳରେ ୱାର୍ଡ ସ୍ତରରେ ନିର୍ବାଚନ ଅନୁଷ୍ଠିତ ହେବ। ଜାନୁଆରି ୧୪ରୁ ୨୯ ତାରିଖ ଭିତରେ ବ୍ଲକ, ପୌରାଞ୍ଚଳ ଓ ପୌର ନିଗମରେ ସଭାପତି ନିର୍ବାଚନ ହେବ।

ଜାନୁଆରି ୩୦ରୁ ଫେବ୍ରୁଆରି ୧୫ ତାରିଖ ମଧ୍ୟରେ ଜିଲ୍ଲା ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଫେବ୍ରୁଆରି ୧୬ରୁ ୧୮ ତାରିଖ ଭିତରେ ରାଜ୍ୟ ପରିଷଦ ସଦସ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଫେବ୍ରୁଆରି ୨୩ରୁ ୨୬ ଭିତରେ ରାଜ୍ୟ ସଭାପତି, କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ବାଚନ ହେବ।

ଗତ କିଛିଦିନ ତଳେ ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନବୀନ ଦାୟିତ୍ୱ ଦେଇଥିଲେ।

୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ, ସମସ୍ତ ବ୍ଲକ ଓ ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ ନାୟକ ଉପସ୍ଥିତ ଥିଲେ।

Comment