ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ବର୍ଷା ପାଣି ସଂରକ୍ଷଣ ବା ରେନ ୱାଟର ହାରଭେଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି। ବିଡିଏ ଓ ବିଏମସି ପକ୍ଷରୁ ଭୁବନେଶ୍ୱର ଘର ମାଲିକମାନଙ୍କୁ ଆସନ୍ତା ୬ ମାସ ମଧ୍ୟରେ ନିଜ ନିଜ କୋଠାରେ ଏହି ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି।

ବିଡିଏ ଓ ବିଏମସି ପକ୍ଷରୁ ଏକ ମିଳିତ ନିର୍ଦ୍ଦେଶନାମା ଜାରି କରାଯାଇଛି ଓ ସେଥିରେ ସ୍ପଷ୍ଟ ଭାବରେ  କୁହାଯାଇଛି ଯେ ପ୍ରତି କୋଠାରେ ବର୍ଷା ଜଳ ସଂଗ୍ରହ ବ୍ୟବସ୍ଥା ଜରୁରୀ। ଯେଉଁମାନେ ୩୦୦ ବର୍ଗ ମିଟର ପରିମିତ ଜମିରେ ଘର କରିଛନ୍ତି ସେମାନେ ଏହି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ। ଘର ମାଲିକ, ଆପାର୍ଟମେଣ୍ଟ ମାଲିକ, ହାଉସିଂ ସୋସାଇଟି ବ୍ୟତୀତ ସରକାରୀ ସଂସ୍ଥା, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ମଧ୍ୟ ଏହି ବ୍ୟବସ୍ଥା ରହିବ। ଏହାର ଖିଲାପ କଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନିର୍ଦ୍ଦେଶନମାରେ ସୂଚାଇ ଦିଆଯାଇଛି।

୨୦୦୮ ବିଡିଏ ପ୍ଲାନିଂ ଓ ବିଲ୍ଡିଂ ଷ୍ଟାଣ୍ଡ।ର୍ଡ଼ ନିୟମରେ ନିଜ ନିଜ ଘର ପରିସରରେ ବର୍ଷା ଜଳ ସଂଗ୍ରହ, ସଂରକ୍ଷଣ, ସେହି ଜଳର ପୁନଃବ୍ୟବହାର  ଓ ଭୂତଳ ଜଳ ଚାର୍ଜ ଇତ୍ୟାଦି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ରହିଛି। ବର୍ଷା ଜଳ ସଂରକ୍ଷଣ ନହେବା ଯୋଗୁଁ ବର୍ଷା ଦିନେ ରାସ୍ତା ଉପରେ ପାଣି ଭାସି ନାହିଁ ନଥିବା ସ୍ଥିତି ସୃଷ୍ଟି ହେଉଥିବା କାରଣରୁ ଉଭୟ ସଂସ୍ଥା ପକ୍ଷରୁ ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Comment