ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ଼। ଗଛରେ ଜଣେ ଯୁବକଙ୍କୁ ବାନ୍ଧି ବହ୍ଲା, ବାଉଁଶରେ ପିଟି ଚାଲିଥିଲେ ଦୁଇ ଯୁବକ। ଯୁବକ ଜଣକ ଆକୁଳ ନିବେଦନ କରିଥିଲେ ମଧ୍ୟ ଦୁଇ ଜଣ ଏହାକୁ ଶୁଣି ନଥିଲେ। ପରେ ତାଙ୍କୁ ପରିସ୍ରା ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଖୋର୍ଦ୍ଧା ଜିଲ୍ଲା ବଙ୍ଗୀଦାର ଜଣେ ଯୁବକଙ୍କ ସହ କାଇପଦରର ଦୁଇଜଣ ଯୁବକଙ୍କ ସହ ପୂର୍ବ ଶତ୍ରୁତା ଥିଲା। ଏହାକୁ କେନ୍ଦ୍ର କରି ଗତ ୧୮ ତାରିଖରେ କାଇପଦରର ଦୁଇ ଜଣ ଯୁବକ ବଙ୍ଗିଦା ଗାଁରୁ ସମ୍ପୃକ୍ତ ଯୁବକଙ୍କୁ ଉଠାଇ ଆଣିଥିଲେ। ପରେ କାଇପଦର ଗାଁର ଏକ ନଡ଼ିଆ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। କାଠ ଫାଳିଆ, ବହ୍ଲାରେ ତାଙ୍କ ଗୋଡ଼ ଓ ମୁଣ୍ଡକୁ ପିଟିବାକୁ ଲାଗିଥିଲେ। ଯୁବକ ଜଣକ ବିକଳରେ ପାଣି ମାଗିଥିଲା ବେଳେ ତାଙ୍କୁ ପରିସ୍ରା କରି ପିଇବାକୁ ଦେଇଥିଲେ।

ଏହି ଘଟଣା ଚାଲିଥିଲା ବେଳେ କାଇପଦା ଗାଁର କୌଣସି ବି ଲୋକ ପ୍ରତିବାଦ କରିନଥିଲେ। ବର୍ତ୍ତମାନ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଭଳି ଘଟଣାକୁ ଚାରିଆଡୁ ନିନ୍ଦା ମଧ୍ୟ କରାଯାଇଛି।

ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ରାଜେନ୍ଦ୍ର ଭୂୟାଁ। ଫେରାର ଥିବା ଯୁବକ ଜଣକ ହେଲେ କନ୍ତିଆ ପାଲଟାସିଂହ।

Comment