ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଆଁରେ ଜଳି ଦୁଇ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି। ଶିଶୁକନ୍ୟା ଦୁଇଜଣ ଦୁଇ ଭଉଣୀ ବୋଲି ଜଣାପଡ଼ିଛି। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଅନ୍ତର୍ଗତ କାମସାହି ଗାଁରେ। ଦୁଇ ଶିଶୁ କୁଡ଼ିଆରେ ବସି ମକା କିଆରି ଜଗିଥିବା ବେଳେ ଏଭଳି ଅଘଟଣ ଘଟିଛି। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

କାମାସାହି ଗାଁ ପବିତ୍ର ସାନ୍ତାଙ୍କ ୪ ବର୍ଷର ଶିଶୁକନ୍ୟା ଏଲିନା ସାନ୍ତା ଓ ତାଙ୍କ ବଡ଼ ଭାଇ ସାମାସଂ ସାନ୍ତାଙ୍କ ଝିଅ ସୁଜାତା ସାନ୍ତା କିଆରି ପାଖରେ ଥିବା କୁଡ଼ିଆରେ ବସି ମକା ଜଗିଥିଲେ। ହେଲେ କୈଣସି କାରଣରୁ କୁଡ଼ିଆରେ ନିଆଁ ଲାଗିଯାଇଥିଲା ଫଳରେ ଦୁଇ ଶିଶୁ ଜିଅନ୍ତା ଜଳିଯାଇଥିଲେ।

ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଲା ବେଳେକୁ ଶିଶୁକନ୍ୟା ପୋଡ଼ିଯାଇଥିଲେ। ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

Comment