ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ୍ଵୁଲାନ୍ସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରଜନଗର ୨୧୫ ଜାତୀୟ ରାଜପଥରେ।

ଆମ୍ଵୁଲାନ୍ସଟି ରୋଗୀ ନେଇ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଖୁବ ଜୋରରେ ଧକ୍କା ଦେଇଥିଲା। ଫଳରେ ଆମ୍ଵୁଲାନ୍ସ ଡ୍ରାଇଭର ସମେତ ରୋଗୀର ମୃତ୍ୟୁ ହୋଇଛି।

ଆମ୍ଵୁଲାନ୍ସରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment