ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ରିଲିଜ ହୋଇଥିବା ବଲିଉଡ୍ ଫିଲ୍ମ ଦବଙ୍ଗ-୩ ବକ୍ସ ଅଫିସରେ ୨ ଦିନରେ ପ୍ରାୟ ୫୦ କୋଟି ଟଙ୍କାର ବ୍ୟବସାୟ କରିଛି। ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ୨୪.୭୫ କୋଟି ଟଙ୍କାର ଆୟ କରିଥିଲା। ତେବେ ଶନିବାର ଦ୍ୱିତୀୟ ଦିନରେ ଫିଲ୍ମ ୨୪.୫୦ କୋଟି ଟଙ୍କାର ବ୍ୟବସାୟ କରିଛି। ଫଳରେ ମୋଟ ଦୁଇ ଦିନରେ ଫିଲ୍ମ ବକ୍ସ ଅଫିସରୁ ୪୯.୨୫ କୋଟି ଟଙ୍କା କଲେକ୍ସନ କରିଛି।
ରବିବାର ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ଆଜି ଫିଲ୍ମର ତୃତୀୟ ଦିନ। ଆଜି ରବିବାର ହୋଇଥିବାରୁ ଛୁଟି ଦିନରେ ଦବଙ୍ଗ-୩ ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି। ତେବେ ଦବଙ୍ଗ-୩କୁ ନେଇ ଫିଲ୍ମ ନିର୍ମାତା ଯେଉଁ ଭଳି ଆଶା କରିଥିଲେ, ଏହାର ଫଳ ମିଳି ପାରିନାହିଁ।
#Dabangg3 stays in the same range on Day 2… Few circuits up, few down… Protests hit biz hard… Loses approx ₹ 7.5 cr to ₹ 9 cr in 2 days… Biz should see a turnaround on Day 3 [Sun]… Fri 24.50 cr, Sat 24.75 cr. Total: ₹ 49.25 cr. India biz. Note: All versions.
— taran adarsh (@taran_adarsh) December 22, 2019
ଦବଙ୍ଗ-୩ ରିଲିଜର ପ୍ରଥମ ଦିନରେ ନିର୍ମାତା ୪୦ କୋଟି ଟଙ୍କାର ବ୍ୟବସାୟ ଅନୁମାନ କରୁଥିଲେ। ହେଲେ ଏଥିରେ ନିରାଶ ହେବାକୁ ପଡ଼ିଥିଲା। ଦେଶରେ ବର୍ତ୍ତମାନ ନାଗରିକତା ଆଇନ୍କୁ ନେଇ ଲାଗି ରହିଥିବା ବିରୋଧର ପ୍ରଭାବ ଫିଲ୍ମ ଉପରେ ପଡ଼ିଥିବା କୁହାଯାଉଛି।
ଦବଙ୍ଗ-୩ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ସଲମାନ ନିଜେ ଏହି ଫିଲ୍ମର ପ୍ରଯୋଜକ ଥିବା ବେଳେ ତାଙ୍କ ସହ ଭାଇ ଅରବାଜ୍ ଖାନ୍ ମଧ୍ୟ ଏହାଣ ସହ-ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଏହଶ ହେଉଛି ଦବଙ୍ଗ ଫିଲ୍ମର ତୃତୀୟ ସିକ୍ୱେଲ। ଫିଲ୍ମରେ ସଲମାନଙ୍କ ସହ ସୋନାକ୍ଷୀ ସିହ୍ନା ଏବଂ ନବାଗତା ସାଇ ମଞ୍ଜେରକର ଅଭିନୟ କରିଛନ୍ତି।
















