ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଦଳର ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା କଟକର ବାରବାଟୀ ଷ୍ଟାଡିୟମରେ ଏକ ନୂଆ ରେକର୍ଡ କରିଛନ୍ତି। ଏହାସହ ସେ ବିରାଟ କୋହଲିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ ବର୍ଷରେ ବିରାଟଙ୍କ ସର୍ବାଧିକ ଦିନିକିଆ ରେକର୍ଡକୁ ସେ ପଛରେ ପକାଇଛନ୍ତି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର ୩୪ ରନ୍‌ କରିବା ପରେ ସେ ବିରାଟଙ୍କ ଏହି ରେକର୍ଡକୁ ଭାଙ୍ଗି ଦେଇଥିଲେ। ବିରାଟ କୋହଲି ୨୦୧୭ରେ ଦିନିକିଆରେ ୬ ଶତକ ଓ ୭ ଅର୍ଦ୍ଧଶତକ ସହ ୧ ହଜାର ୪୬୦ ରନ୍‌ କରିଥିଲେ।

ହେଲେ ରୋହିତ ଶର୍ମା ୨୦୧୯ରେ ତାଙ୍କର ଏହି ରେକର୍ଡକୁ ପଛରେ ପକାଇଛନ୍ତି। ରୋହିତ ୨୦୧୯ ବର୍ଷରେ ୭ ଶତକ ଓ ୫ ଅର୍ଦ୍ଧଶତକ ବଳରେ ୧ହଜାର ୪୬୦ରୁ ଅଧିକ ରନ୍‌ କରିଛନ୍ତି। ୨୦୧୯ ଶେଷ ଦିନିକିଆରେ ୬୩ ରନ୍‌ କରି ୧ ହଜାର ୪୯୦ ରନ୍‌ କରିଛନ୍ତି।

Comment