ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲରେ ପିଲାଙ୍କୁ କାନ ଧରି ଆଣ୍ଠେଇବା ଶିକ୍ଷୟିତ୍ରୀଙ୍କୁ ପଡ଼ିଲା ମହଙ୍ଗା। ଏହାର ଭିଡିଓ ଭାଇରାଲ ହେବା ପରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ଵନ କରାଯାଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗରର ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟରେ।

ଶୁକ୍ରବାର ଦିନ ମଧ୍ୟହ୍ନ ଭୋଜନ ସମୟରେ କୌଣସି କାରଣକୁ ନେଇ ୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଜମକ ରାଗିଯାଇ ୩ ଜଣଙ୍କୁ ସ୍କୁଲ ପରିସରରେ ଆଣ୍ଠେଇ ଦେଇଥିଲେ। ଯାହାର ଭିଡିଓ ଭାଇରାଲ ହୋଇଥିଲା।

ଦଣ୍ଡମୁକ୍ତ ଅଞ୍ଚଳରେ ଏଭଳି ଘଟଣାକୁ କଡ଼ା ନିନ୍ଦା କରାଯାଇଛି। ଭିଡିଓ ଭାଇରାଲ ହେବା ପରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିକ୍ଷଯିତ୍ରୀଙ୍କୁ ନିଲମ୍ଵିତ କରିଛନ୍ତି।

Comment