ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଛୁଟି କାଟିବା ପାଇଁ ବାହାରକୁ ଯିବାକୁ ପ୍ଲାନିଂ କରୁଛନ୍ତି କି? ଇଣ୍ଡିଗୋ ଏୟାରଲାଇନ୍ସ ଆଣିଛି ଆପଣଙ୍କ ପାଇଁ ଏକ ଶସ୍ତା ଅଫର। ଏହି ଅଫରର ନାଁ ହେଉଛି ଦ ବିଗ୍ ଫ୍ୟାଟ୍‌ ଇଣ୍ଡିଗୋ ସେଲ୍‌। ଏହି ଅଫର ଅନୁଯାୟୀ, ଆପଣ ମାତ୍ର ୮୯୯ ଟଙ୍କାରେ ବିମାନ ଯାତ୍ରା କରିପାରିବେ। ଏହି ଅଫର ଆସନ୍ତା ଡିସେମ୍ବର ୨୬ ତାରିଖ ଯାଏଁ ଚାଲିବ।

ଇଣ୍ଡିଗୋ ପକ୍ଷରୁ ଜାରି ହୋଇଥିବା ଏହି ଅଫରରେ ଘରୋଇ ବିମାନ ଟିକେଟ୍‌ ୮୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଅନ୍ତର୍ଜାତୀୟ ଟିକେଟ୍‌ ୩,୯୯୯ଟଙ୍କାରୁ ଆରମ୍ଭ ହେଉଛି। ଇଣ୍ଡିଗୋର ଏହି ଅଫରରେ ଗ୍ରାହକ ଡିସେମ୍ବର ୨୩ରୁ ଡିସେମ୍ବର ୨୬ ମଧ୍ୟରେ ଟିକେଟ୍‌ ବୁକ୍‌ କରିପାରିବେ। ଏହି ବୁକିଂରେ ଗ୍ରାହକ ଜାନୁଆରି ୧୫ରୁ ଏପ୍ରିଲ ୧୫ ମଧ୍ୟରେ ବିମାନ ଯାତ୍ରା କରିପାରିବେ।

ଏନେଇ କମ୍ପାନି ପକ୍ଷରୁ କୁହାଯାଇଛି, ”ସୀମିତ ସମୟ ମଧ୍ୟରେ ଗ୍ରାହକ ଯେକୌଣସି ପ୍ଲାଟଫର୍ମରୁ ଟିକେଟ୍‌ ବୁକ୍‌ କରିଲେ ଟ୍ୟାକ୍ସ ସହିତ ଆପଣଙ୍କୁ ୮୯୯ କିମ୍ବା ୩,୯୯୯ ଟଙ୍କା ଦେବାକୁ ପଡ଼ିବ। ଗ୍ରାହକ ଇଣ୍ଡିଗୋ ୱେବସାଇଟ୍‌ କିମ୍ବା ଆପ୍‌ ଜରିଆରେ ଟିକେଟ୍‌ ବୁକ୍‌ କଲେ ଏଥିରେ ଆଉ କିଛି ଛାଡ଼ ମିଳିବ।”

ବର୍ତ୍ତମାନ କମ୍ପାନି ପକ୍ଷରୁ ଟିକେଟ୍‌ ଘୋଷଣା କରାଯାଇନାହିଁ। ଏହି ଅଫର ସୀମିତ ସମୟ ପାଇଁ ରହିଛି। ଗ୍ରାହକ ଏହାକୁ ବ୍ୟକ୍ତିଗତ ଟିକେଟ୍‌ ବୁକିଂରେ ବ୍ୟବହାର କରିପାରିବେ। ଗ୍ରୁପ୍‌ ବୁକିଂ ପାଇଁ ଏହି ଅଫର ଉପଲବ୍ଧ ନୁହେଁ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment