ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛି ବିମାନ ଇଣ୍ଡିଗୋ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇଣ୍ଡିଗୋ ଏଟିଆର-୭୨ ରାତି ୯ଟା ୨୫ରେ ପହଞ୍ଚି ୯ଟା ୪୫ରୁ ଉଡ଼ାଣ ଆରମ୍ଭ କରିବ। ରାତି ୧୧ଟା ୪୦ରେ ବାରଣାସୀରେ ପହଞ୍ଚିବ।

ଏହି ବିମାନରେ ମୋଟ୍‌ ୭୨ ଜଣ ଯାତ୍ରୀଙ୍କ ଯାତ୍ରା ପାଇଁ ସୁବିଧା ରହିଛି।

ଜାନୁଆରି ୩୧ରୁ ଆଲିଆନ୍ସ ଏୟାର ଏହି ଦୁଇ ସହର ମଧ୍ୟରେ ବିମାନ ସେବା ଯୋଗାଉଛି।

Comment