ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସ୍ତାରେ ଠିଆ ହୋଇଥିବା ବେଳେ ଜଳିଗଲା ବସ୍‌। ଏପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରର ସହିଦନଗର ଅଞ୍ଚଳରେ। ନିଆଁ ଲାଗିବା ପରେ ହୁତହୁତ ହୋଇ ଜଳିବାକୁ ଲାଗିଥିଲା ବସ୍‌। ବସ୍‌ରେ ନିଆଁ ଲାଗିବା ବେଳେ କୌଣସି ଯାତ୍ରୀ ବସି ନଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକ ଏନେଇ ଦମକଳ ବହିନୀକୁ ଖବର ଦେଇଥିଲେ। ବର୍ତ୍ତମାନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବସ୍‌ରେ ନିଆଁ କିପରି ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ।

ବସ୍‌ଟି ୩ ବର୍ଷ ହୋଇଯିବ ସହିଦନଗର ଅଞ୍ଚଳରେ ଥୁଆ ହୋଇଛି। କିଏ ଓ କାହିଁକି? ଏଠାରେ ବସ୍‌ ଥୋଇଥିଲେ ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ବସ୍‌ଟି କର୍ଣ୍ଣାଟକ ରାଜ୍ୟର ବେଙ୍ଗାଳୁରୁ ଆର୍‌ଟିଓ ଦ୍ଵାରା ରେଜିଷ୍ଟ୍ରେସନ ହୋଇଛି। ବସ୍‌ଟିକୁ ୩ବର୍ଷ ତଳେ ବ୍ଲାକ ଲିଷ୍ଟ କରାଯାଇଛି ବୋଲି ଜଣାପଡ଼ିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment