ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା- ମହୀପୁର ମଧ୍ୟରେ ଗଡ଼ିଲା ପାସେଞ୍ଜର ଟ୍ରେନ୍। ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୟାଗଡ଼ ରେଳ ଷ୍ଟେସନରେ ଏହି ପାସେଞ୍ଜର୍ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି। ଏହାସହ ନୟାଗଡ଼ ଟାଉନ୍ ଓ ମହୀପୁର ନୂଆ ରେଳ ଲାଇନକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଲୋକାର୍ପିତ କରିଛନ୍ତି।

ଏହାସହ ଆସନ୍ତା ୨୦୨୨ ମସିହା ମାର୍ଚ୍ଚମାସ ସୁଦ୍ଧା ଏହି ରେଳ ଲାଇନକୁ ଦଶପଲ୍ଲା ଯାଏଁ ଓ ୨୦୨୩ ସୁଦ୍ଧା ଏହାକୁ ବଲାଙ୍ଗୀରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଖୋର୍ଦ୍ଧାରୁ ବଲାଙ୍ଗୀର ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି।

Comment