ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ସୂର୍ଯ୍ୟପରାଗ। ତିନି ଘଣ୍ଟା ଧରି ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ। ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯିବ।

ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇ ୧୧ଟା ୨୮ ମିନିଟ୍‌ରେ ଶେଷ ହେବ। ଏହି ୩ ଘଣ୍ଟା ମଧ୍ୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୬୬ ପ୍ରତିଶତ ଘୋଡ଼ାଇ ଦେବ।

ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ଭୁବନେଶ୍ୱରସ୍ଥିତ ପ୍ଲାନେଟୋରିୟମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଖି ଉପରେ କୁପ୍ରଭାବ ପଡ଼ିବା କାରଣରୁ ପରାଗ ଲାଗିଥିବା ବେଳେ ସିଧାସଳଖ ସୂର୍ଯ୍ୟଙ୍କୁ ନ ଦେଖିବାକୁ ବାରଣ କରାଯାଇଛି।

Comment