ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଖୁ ଦେଖୁ ଆଖି ପିଛୁଳାକେ ଜଣେ ବ୍ୟବସାୟୀଙ୍କଠୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଭଦ୍ରକ ସହର ମଞ୍ଜୁରୀରୋଡସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ଶାଖା ସମ୍ମୁଖରେ ଏହି ଘଟଣା ଘଟିଛି।

ଭଦ୍ରକ ସହର ମଞ୍ଜୁରୀରୋଡ୍ ଅଞ୍ଚଳର ବ୍ୟବସାୟୀ ଶଙ୍କର୍ଷଣ ପଣ୍ଡା ଆଲ୍ଲାହାବାଦ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍‌ କରିବାକୁ ଆସିଥିଲେ। ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିବା ପୂର୍ବରୁ ତାଙ୍କଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବ୍ୟବସାୟୀଙ୍କଠୁ ଟଙ୍କା ଲୁଟି ନେଲା ବେଳେ ଦୁର୍ବୃତ୍ତ କିନ୍ତୁ ନିଜ ପଲସର ଛାଡ଼ି ଯାଇଛନ୍ତି।

ବ୍ୟବସାୟୀ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଲାଇଭ୍ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ:  https://chat.whatsapp.com/IRipWbC83HpD1JetdjgdJX

Comment