ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋହଲା ପାଗ ଯୋଗୁଁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡ଼ୁଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ବଲାଙ୍ଗିରରେ ନିର୍ମିତ ହୋଇଥିବା ବିପିସିଏଲ୍‌ ଏଲପିଜି ବଟଲିଂ ପ୍ଲାଣ୍ଟର ଶୁଭାରମ୍ଭ କରିବା ପାଇଁ ଉପରାଷ୍ଟ୍ରପତି ଓଡ଼ିଶା ଆସିଥା’ନ୍ତେ। ହେଲେ କୁହୁଡ଼ି ଯୋଗୁଁ ତାଙ୍କ ବିମାନ ଆସିପାରୁ ନାହିଁ।

ବଲାଙ୍ଗିର ଗସ୍ତ କରି ଶ୍ରୀ ନାଇଡୁ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।

ତେବେ ଉପରାଷ୍ଟପତିଙ୍କ ବଦଳରେ ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ।

ଗତବର୍ଷ ମେ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ଏହି ପ୍ଲାଣ୍ଟ ପ୍ରସ୍ତୁତ ହୋଇସାରିଛି। ରାଜ୍ୟପାଳ ଏହି ପ୍ଲାଣ୍ଟର ଶୁଭାରମ୍ଭ କରିବା ପରେ ଏହା ବର୍ଷକୁ ପ୍ରାୟ ୪୨ ଲକ୍ଷ ସିଲିଣ୍ଡର ରିଫିଲିଂ କରିପାରିବ ବୋଲି ସୂଚନା ରହିଛି।

Comment