ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଷାକ୍ତ ଖାଦ୍ୟ ଖାଇ ୩ ଭଉଣୀଙ୍କ ମୃତ୍ୟୁ ସନ୍ଦେହ। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ୩ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତକ ୩ ଭଉଣୀ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଥାନା ମାଟିଆବୋରେଇ ଗାଁରେ ଅଜା ଘରେ ରହି ପାଠ ପଢୁଥିଲା। ଶୁକ୍ରବାର ରାତିରେ ଖାଦ୍ୟ ଖାଇବା ପରେ ୩ ଭଉଣୀ ଅସୁସ୍ଥ ହୋଇ ପଡ଼ିଥିଲେ। ଚାଉଳରେ ପୋକମରା ଔଷଧ ପଡ଼ିଥିବାରୁ ଭାତ ବିଷାକ୍ତ ହୋଇଯାଇଥିବା ସନ୍ଦେହ କରାଯାଉଛି।

ଅସୁସ୍ଥ ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଅନ୍ୟ ଜଣେ ଭଉଣୀଙ୍କ ମୃତ୍ୟୁ ହୋଇଛି। ୩ଭଉଣୀଙ୍କ ବୟସ ୬ରୁ ୧୧ ବର୍ଷ ହେବ।

Comment