ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସହଯୋଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ। ଓଡ଼ିଶୀ ଛନ୍ଦ ଓ ରସରେ ଦର୍ଶକ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଭିଜିଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପୂର୍ବାହ୍ନ ୧୦ ଘଟିକାରୁ। ପ୍ରଥମେ ସାଇ ସ୍ମୃତି କଳା କେନ୍ଦ୍ରର କଳାକାରମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ଆମେରିକାରୁ ଆସିଥିବା ଅମିନ ବୌସେମହ, ଭୁବନେଶ୍ୱରର ଭି. ପି. ଆଚାର୍ଯ୍ୟ, ଆମେରିକାର ଯସସ୍ୱନୀ ରଘୁରାମ, କେନ୍ଦୁଝରର ଦେବଜାନୀ ଦାସ, ଆମେରିକାର ଅଭିସେକ ଖାନ, ରାଜସ୍ଥାନର ସୈଲୀ ଶ୍ରୀବାସ୍ତବ, କଟକର ସୁପ୍ରଭା ପଣ୍ଡା, କଲିକତାର ଆଦିତି ବୋଷ ଏବଂ ଭୁବନେଶ୍ୱରର ସୋନାଲୀ ରାଏ ନୃତ୍ୟ ପରିବେଷଣ କରିଥିଲେ। ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ଅହମ୍ମଦାବାଦର ଅନୁରାଗ ଶର୍ମା ଓ ପ୍ରିୟଙ୍କା ପତି ଏବଂ ଭୁବନେଶ୍ୱରର ପ୍ରିତୀ ନନ୍ଦ ଓ ପ୍ରଜ୍ଞାନ ନନ୍ଦଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା। ମୋକ୍ଷ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲ।

ଅପରାହ୍ଣ ଅଧିବେଶନ ଆରମ୍ଭ ହୋଇଥିଲା ୪ ଘଟିକାରୁ। ପ୍ରଥମେ ନୃତ୍ୟାଞ୍ଜଳୀ ଅନୁଷ୍ଠାନ ପକ୍ଷରୁ ଅଭିନୟ ମାତୃବନ୍ଦନା କରାଗ୍ରେ ବସତି ଲକ୍ଷ୍ମୀ କର ମଧ୍ୟେ ଓ ଜୟ ଦେବୀ ଜନ୍ମଭୂମୀ ପରିବେଶିତ ହୋଇଥିଲା। ପରେ ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଆସିଥିବା ଅର୍ପିତା ଦେବଶ୍ରୀଙ୍କ ଦ୍ୱାରା ଅଭିନୟ ଅଷ୍ଟଶମ୍ଭୁ ଜୟ ପରମେଶ ହରସ ଯାହା ରାଗ ମାଲ କୋଷ ଓ ତାଳ ତ୍ରିପଟା ଓ ଏକତାଳୀ ଉପରେ ନିବଦ୍ଧ ଥିଲା। ତାଙ୍କ ପରେ ଅନୁସୂୟା ପ୍ରଧାନଙ୍କ ଅଭିନୟ ମୋହନେ ଦେଲି ଚାହି ଗୋ ଆଗୋ ପ୍ରିୟ ମହୀ ପରିବେଶିତ ହୋଇଥିଲା। ପରେ ପରେ ଅଂଶିକା ରଥ ଓ ଅନନ୍ୟା ବେଜବରୁଆଙ୍କ ଦ୍ୱାରା ଅଭିନୟ ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି ଯାହା ରାଗ ବକୁଳା ଭରଣ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା।

ଏକକ ନୃତ୍ୟରେ କଲିକତାର ସୁପ୍ରିୟା ସର୍ଦ୍ଦାରଙ୍କ ଦ୍ୱାରା ରାଗ କିରବାଣୀ ଓ ତାଳ ଖେମଟା ଓ ଝୁଲାରେ ପଲ୍ଲବୀ ପରିବେଷଣ କରିଥିଲେ। ପରେ ପରେ ବେଙ୍ଗାଳୁରୁର ଯଶୋମତି ମିଶ୍ର ଚମ୍ପୂ କିଶୋର ଚନ୍ଦ୍ରାନନ୍ଦ ଏବଂ ଦ୍ୱୈତ ନୃତ୍ୟରେ ରାଗ ମୋହନା ଓ ତାଳ ତ୍ରିପଟା ଉପରେ ପଲ୍ଲବୀ ପରିବେଷଣ କରିଥିଲେ ଯୁକ୍ତିପ୍ରୀୟ ଓରାନ ଓ ସୁରଭି ନଟାଲିଏ। ଆମେରିକାରୁ ଆସିଥିବା ଅଶ୍ଳେଷା ମିଶ୍ର ଅଭିନୟ ନବଦୁର୍ଗା ଜୟ ଭଗବତୀ ଦେବୀ ନମୋ ବରହେ ପରିବେଷଣ କରିଥିଲେ।

ପରେ ଜ୍ୟୋର୍ତିମୟୀ ସୁପକାରଙ୍କ ଦ୍ୱାରା କିଶୋର ଚନ୍ଦ୍ର ନନ୍ଦ ଚମ୍ପୁ (ନ) ନବ ବିଳାସିନୀରେ ପରିବେଶିତ ହୋଇଥିଲେ। ଅପରାହ୍ନ ଅଧିବେଶନର ଶେଷ ପ୍ରସ୍ତୁତିରେ ଥିଲା ଶ୍ରୀ ଶ୍ରୀ ଯୁନିଭର୍ସିଟି ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷଣ।

ସନ୍ଧ୍ୟା ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା ପୀତାମ୍ବର ବିଶ୍ୱାଳଙ୍କ ପକ୍ଷରୁ ଅଭିନୟ ରୁସନା ରାମା ରତନ। ପରେ ପରେ ଲୀନା ନନ୍ଦଙ୍କ ପକ୍ଷରୁ ଅଭିନୟ ଅଷ୍ଟପଦୀ, ଶୁଭଲକ୍ଷ୍ମୀ ପାଢୀଙ୍କ ଦ୍ୱାରା ରାଗ ଶଙ୍କରା ଭରଣ ପରିବେଷଣ ହୋଇଥିଲା। ଜଲପାଇଗୁଡ଼ିରୁ ଆସିଥିବା ରିତୁ ସେନଗୁପ୍ତାଙ୍କ ଦ୍ୱାରା ଅଭିନୟ ଅର୍ଦ୍ଧ ନାରୀଶ୍ୱର, ମୌମିତା ଦତ୍ତ ଓ ମୌମିତା ପାଲଙ୍କ ଦ୍ୱାରା ଅଭିନୟ ପଲ୍ଲବୀ ପରିବେଶିତ ହୋଇଥିଲା। ପରେ ପରେ କଲ୍ୟାଣୀ ସାହୁ, ସୌମିତା ଦାସଗୁପ୍ତା ଏବଂ ଶେଷରେ ନୂପୁର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଶିତ ହୋଇଥିଲା।

ସନ୍ଧ୍ୟା ଅଧିବେଶନର ଅତିଥି ଥିଲେ ଗୁରୁ ଅରୁଣା ମହାନ୍ତି, ଗୁରୁ କେ ରାମାରାଓ ପାତ୍ର, ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁ ସ୍ୱପ୍ନେଶ୍ୱର ଚକ୍ରମର୍ତ୍ତୀ, ଗୁରୁ ଡକ୍ଟର ରତ୍ନା ରାୟ, ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ସଙ୍ଗୀତା ଗୋସାଇଁ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ।

Comment