ଓଡ଼ିଶାଲାଇଭ୍ ବ୍ୟୁରୋ

 

ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ। ଲୋକମାନେ ଏଣିକି ସିଧାସଳଖ ଭୁବନେଶ୍ୱରରୁ ସୁରତକୁ ବିମାନ ଯାତ୍ରା କରିପାରିବେ। ଏନେଇ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।

ଏୟାର ଇଣ୍ଡିଆ ବିମାନ ଏହି ଦୁଇ ସହର ମଧ୍ୟରେ ବିମାନ ଚଳାଚଳ କରିବାକୁ ସହମତି ପ୍ରକାଶ କରିଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏହି ବିମାନ ସିଧାସଳଖ ସୁରତକୁ ଯାତ୍ରା କରିବ ବୋଲି କୁହାଯାଇଛି।

ବହୁତ ଦିନଧରି ଓଡ଼ିଶା ଏନେଇ ଦାବି ରଖି ଆସୁଥିଲା। ଓଡ଼ିଶାରୁ ଅନେକ ଲୋକ କାମ ସନ୍ଧାନରେ ସୁରତରେ ରହୁଛନ୍ତି। ସୁରତରେ ଓଡ଼ିଆମାନଙ୍କର ସଂଖ୍ୟା ଯଥେଷ୍ଟ ଅଧିକ। ତେଣୁ ଏହି ଦୁଇ ସହର ମଧ୍ୟରେ ବିମାନ ଚଳାଚଳ କରିବାକୁ ଦାବି ହୋଇ ଆସୁଥିଲା।

Comment