ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ କଳିରୁ ମା’ ଓ ସ୍ତ୍ରୀକୁ କଟୁରିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଯୁବକ। ଯୁବକଙ୍କ କଟୁରି ଚୋଟରେ ମା’ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଧୁପୁର ଗାଁରେ।

ଗୁରୁତର ଭାବେ ଆହତ ହୋଇଥିବା ମା’ ଓ ସ୍ତ୍ରୀକୁ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି।

ଯବକ ଜଣକ କୌଣସି କାରଣରୁ ନିଜ ମା’ ଓ ସ୍ତ୍ରୀ ସହ ଝଗଡ଼ା କରିଥିଲେ। ପରେ ଝଗଡ଼ା ବଢ଼ିବାରୁ ଯୁବକ ଜଣକ ଉତ୍ୟକ୍ତ ହୋଇଯାଇଥିଲେ। ପାଖରେ ଥିବା ଏକ କଟୁରି ଧରି ମା’ ଓ ସ୍ତ୍ରୀକୁ ହାଣିବାକୁ ଗୋଡ଼ାଇଥିଲେ। ଫଳରେ ଯୁବକ ଜଣକ କଟୁରି ଚୋଟରେ ଦୁହେଁ ଗୁରୁତର ହୋଇଛନ୍ତି।

Comment