ଓଡ଼ିଶାଲାଇଭ୍‌ ବ୍ୟୁରୋ

India South Africa Cricket

୨୦୨୩ରୁ ବିଶ୍ଵ ଟେଷ୍ଟ ଚାମ୍ପିୟନସିପରେ ସାମିଲ ହେବା ପାଇଁ ଖେଳାଯାଉଥିବା ଟେଷ୍ଟ ମ୍ୟାଚକୁ ୪ଦିବସୀୟ କରାଯିବ। ଏନେଇ ଆଇସିସି ବିଚାର କରୁଚି। ଏହା ଦ୍ଵାରା ବ୍ୟସ୍ତ କାର୍ଯ୍ୟସୂଚୀରୁ ସମୟ ବଞ୍ଚି ପାରିବ। ୨୦୨୩ରୁ ୨୦୩୧ ଯାଏଁ ଟେଷ୍ଟ ମ୍ୟାଚକୁ ୫ ଦିନ ପରିବର୍ତ୍ତେ ୪ଦିନ କରାଯାଇପାରେ।

ଏହାକୁ ପରିବର୍ତ୍ତନ କରିବା ପଛରେ ଅନେକ କାରଣ ରହିଛି। ଯେମିତିକି ଏହା କରିବା ଦ୍ଵାରା ଆଇସିସି ଅନ୍ୟ ପ୍ରତିଯୋଗୀତା ଉପରେ ଗୁରୁତ୍ଵ ଦେଇପାରିବ। ବିସିସିଆଇ ମଧ୍ୟ ଏହି ସମୟରେ ଅଧିକ ଦ୍ଵିପାକ୍ଷିକ ମ୍ୟାଚ ପାଇଁ ଦାବି ଜଣାଇଛି।

ଯଦି ୪ ଦିବସୀୟ ମ୍ୟାଚ ଖେଳାଯାଏ, ତାହେଲେ ୩୩୫ ଦିନ ବଞ୍ଚିଯିବ। ଏହି ବର୍ଷ ଆରମ୍ଭରୁ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ୪ ଦିବସୀୟ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ସେହିପରି ୨୦୧୭ରେ ଦକ୍ଷିଣ ଆଫ୍ରିକା ଓ ଜିମ୍ଵାଓ୍ଵେ ମଧ୍ୟ ୪ ଦିବସୀୟ ମ୍ୟାଚ ଖେଳିଥିଲେ।

Comment