ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ରାଜସ୍ଥାନରେ ମଧ୍ୟ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକରଣ(ଏନ୍‌ଆର୍‌ସି) ଲାଗୁ ହେବ ନାହିଁ। ଏନେଇ ରାଜସ୍ଥାନରେ ଗେହଲଟ୍‌ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର କ୍ୟାବିନେଟ୍‌ ବୈଠକରେ ସିଏଏ ଏବଂ ଏନ୍‌ଆର୍‌ସି ରାଜ୍ୟରେ ଲାଗୁ ନହେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହାପୂର୍ବରୁ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କେରଳ ରାଜ୍ୟରେ ସିଏଏ ଏବଂ ଏନ୍‌ଆର୍‌ସି ଲାଗୁ ହେବ ନାହିଁ ବୋଲି ସୂଚନା ଦିଆଯାଇଛି। ତେବେ ମୋଦୀ ଶାହଙ୍କ ଏହି ଆଇନ୍‌ ସାରା ଦେଶରେ କିଭଳି ଲାଗୁ ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ଏନ୍‌ଆର୍‌ସି ଏବଂ ସିଏଏ ନଲାଗୁ କରିବା ନିଷ୍ପତ୍ତିକୁ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ମୁହଁ ଖୋଲିଛନ୍ତି। ରବିଶଙ୍କର କହିଛନ୍ତି ଯେ, ସଂସଦରେ ତିଆରି ଆଇନ୍‌କୁ ରାଜ୍ୟ ପାଳନ ନକରିବା ଅସମ୍ବିଧାନକ। ଉକ୍ତ ରାଜ୍ୟଗୁଡ଼ିକ ସମ୍ବିଧାନକୁ ନମାନୁଥିବା ରବିଶଙ୍କର କହିଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment