ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୃଶଂସ ପୁଅର ଅଭାବନୀୟ କାଣ୍ଡ। ବାପାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ପୁଅ। ଘରୋଇ କଳିକୁ ନେଇ ବଚସା ପରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ବୈରାଗୀ ପାଲି ଅଞ୍ଚଳରେ।

ଘରୋଇ କଳିକୁ ନେଇ ବାପା ଗଣ୍ଡା ଘୁଟାଙ୍କ ସହ ପୁଅ ଜଗମୋହନ ଘୁଟାଙ୍କ କଳି ହୋଇଥିଲା। ବଚସା ବଢ଼ିବାରୁ ଏଥିରେ ଉତ୍ୟକ୍ତ ହୋଇ ପୁଅ ଜଗମୋହନ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ବାପା ଗଣ୍ଡା ଘୁଟାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଖବର ପାଇ ବୀରମହାରାଜପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ହତ୍ୟା କରିବା ପରେ ପୁଅ ଜଗମୋହନ ଘୁଟା ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି।

Comment