ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ମେଦବୃଦ୍ଧି ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ସାଧାରଣତଃ ଦୈନନ୍ଦିନ ଜୀବନରେ ଖାଦ୍ୟପେୟରେ ସନ୍ତୁଳନ ରକ୍ଷା ନକଲେ ମେଦବୃଦ୍ଧି ଘଟିଥାଏ।

ଅବସର ସମୟରେ କିଛି ଲୋକ ଚିପ୍ସ ହେଉ କିମ୍ବା କୌଣସି ପ୍ରକାର ଜଙ୍କ୍ ଫୁଡ୍ ଖାଉଥିବାର ଲକ୍ଷ୍ୟ କରାଯାଏ। ଏହାଦ୍ଵାରା ପେଟ ପୂରିଯାଏ ସତ କିନ୍ତୁ ଏଥିରେ ଥିବା କ୍ୟାଲୋରି ଓଜନ ବଢ଼ାଇ ଥାଏ। ଯଦି ଲଙ୍ଗ୍ ଡ୍ରାଇଭିଂରେ ଯାଉଛନ୍ତି, ସାଙ୍ଗରେ ପୁଷ୍ଟିକର ଆହାର ଯେପରିକି ଫଳ, ଗାଜର ଓ ସାଲାଡ ନେଇପାରିବେ। ଏହାସହ ପାଣି ମଧ୍ୟ ସାଙ୍ଗରେ ନିଅନ୍ତୁ।

  • ଟିଭି ଦେଖୁଥିବା ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହାଦ୍ଵାରା ଖାଦ୍ୟ ଉପରେ ଧ୍ୟାନ ନଥାଏ। ଭୋଜନ ସବୁବେଳେ ଧ୍ୟାନ ସହକାରେ ଗ୍ରହଣ କରିବା ଉଚିତ୍। ଧୀରେ ଧୀରେ ଖାଦ୍ୟକୁ ଚୋବାଇ ଖାଇବା ଦ୍ଵାରା ପାଚନ କ୍ରିୟା ସଠିକ୍ ଭାବେ ହୋଇଥାଏ।
  • ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ମେଦ ବୃଦ୍ଧି ରୋକିବା ପାଇଁ ଗୋଟିଏ ଖାଦ୍ୟ ଦିନ ସାରା ଗ୍ରହଣ କରିଥା’ନ୍ତି। ଏହାଦ୍ଵାରା ଶରୀରକୁ ଠିକ୍ ଭାବେ ପୋଷକ ତତ୍ତ୍ଵ ମିଳିନଥାଏ। ପ୍ରତିଦିନ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରନ୍ତୁ। ପୋଷକ ତତ୍ତ୍ଵ ଥିବା ଖାଦ୍ୟ ପ୍ରତିଦିନ ଗ୍ରହଣ କରନ୍ତୁ।
  • ଅଫିସରେ ଅଧିକ ମାତ୍ରାରେ ଚା’ ଓ କଫି ପିଉଥିଲେ ଏହା ମେଦ ବୃଦ୍ଧିର କାରଣ ହୋଇଥାଏ। ଏହା ବଦଳରେ ଯଦି ଗ୍ରୀନ୍ ଟି ପିଅନ୍ତି ତେବେ ଏହା ମେଦ କମାଇବା ପାଇଁ ଲାଭପ୍ରଦ ହୋଇଥାଏ।
  • ସକାଳେ ଖାଦ୍ୟ ଗ୍ରହଣ ନ କରିବା ଦ୍ଵାରା ଦ୍ଵିପ୍ରହରରେ ଆପଣଙ୍କୁ ଅଧିକ ମାତ୍ରାରେ ଭୋକ ଲାଗିଥାଏ। ଏହି କାରଣରୁ ମେଦ ବୃଦ୍ଧି ଘଟିଥାଏ। ତେଣୁ ସକାଳ ଖାଦ୍ୟ ଅଧିକ ମାତ୍ରାରେ ଗ୍ରହଣ କରନ୍ତୁ।

LEAVE A REPLY

Please enter your comment!
Please enter your name here