ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମାନ୍ୟ କଥାରୁ ଜଘନ୍ୟକାଣ୍ଡ। ଘରୋଇ କଳିରୁ ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଡୁମୁରିପଦର ପଞ୍ଚାୟତର ପାଳିଗୁମାଣ୍ଡି ଗାଁରେ।

କୌଣସି ଘଟଣାକୁ ନେଇ ବାପ-ପୁଅଙ୍କ ମଧ୍ୟରେ କଳି ଲାଗିଥିଲା। ପରେ ଯୁକ୍ତିତର୍କ ଅଧିକ ହେବାରୁ ପୁଅ ଦନ ଦିସରୀ ବାପା ଦମୁ ଦିସରୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ କରିବା ପାଇଁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ପଠାଇଛି। ଏହାସହ ଅଭିଯୁକ୍ତ ପୁଅକୁ ମଧ୍ୟ ଗିରଫ କରାଯାଇଛି।

Comment