ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସକୁ ବଡ଼ ସଫଳତା। ଗିରଫ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ସୁରେଶ ହରିଜନ। ସୁରେଶ ନାଁରେ ଜୟପୁର ସଦର, ବୋରିଗୁମ୍ମା ଓ ବୈପାରିଗୁଡ଼ାରେ ଚୋରି, ଡକାୟତି ଭଳି ସଙ୍ଗିନ ମାମଲା ରହିଛି। ଆମ୍ବାଗୁଡ଼ା ଓ ଉମୁରି ଅଞ୍ଚଳରେ ଗଣ୍ଡଗୋଳ ମାମଲାରେ ମଧ୍ୟ ସୁରେଶ ଜଡ଼ିତ ଥିଲା।

ସୁରେଶର ଘର ଉମୁରି ଗ୍ରାମରେ। ତା ନାଁରେ ଜୟପୁର ସଦର ଥାନାରେ ୬ଟି ଡକାୟତି, ଗଣ୍ଡଗୋଳ ଓ ମାରଣାସ୍ତ୍ର ରଖିବା ଭଳି ମାମଲା ରହିଛି। ସଦର ପୋଲିସ ସୁରେଶକୁ ଗିରଫ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରି ଶିବ ଶଙ୍କର ସାହୁ ପ୍ରକାଶ କରିଛନ୍ତି।

Comment