ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚେକ୍‌ଡ୍ୟାମକୁ ଖସିପଡ଼ିଲା ଜିପ୍‌। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟଲାଗଡ଼ ଅଞ୍ଚଳରେ। ୪୦ ଫୁଟ ତଳକୁ ଖସିପଡ଼ିଲା ଜିପ୍‌। ଜିପ୍‌ରେ କେତେ ଜଣ ଯାତ୍ରୀ ଥିଲେ ତାହା ଏଯାଏଁ ସ୍ଫଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଟିଟଲାଗଡ଼ ହାଟପଦା ନିକଟ ରାସ୍ତାକଡ଼ରେ ଥିବା ଏକ ଚେକ୍‌ଡ୍ୟାମ୍‌କୁ ଖସି ପଡ଼ିଛି ଏକ ଜିପ୍‌। ଜିପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ ଡ୍ୟାମକୁ ଖସି ପଡ଼ିଥିବା ଜଣାପଡ଼ିଛି। ଜିପ୍‌ରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇନଥିଲା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comment